ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଭଜନ ମାଁ ‘ଲୋ ବୁଢ଼ୀ ଠାକୁରାଣୀ ଉନ୍ମୋଚିତ

add-all

ବ୍ରହ୍ମପୁର: ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ଵି-ବାର୍ଷିକ ଯାତ୍ରା ଅବସରରେ ଈଶା ଭିଜନର ପ୍ରଯୋଜନାରେ ମାଁ ବୁଢୀ ଠାକୁରାଣୀଙ୍କ ଏକ ସୁନ୍ଦର ଭଜନ ଉନ୍ମୋଚିତ ହୋଇ ଯାଇଅଛି। ତେବେ ଏହି ଗୀତକୁ ଓଡ଼ିଶାର ସୁନାମଧନ୍ୟ ଗୀତିକାର ଅରୁଣ ମନ୍ତ୍ରୀ ରଚନା କରିଥିବା ବେଳେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ସଙ୍ଗୀତରେ ବିଭୁ ପ୍ରସାଦ ନନ୍ଦ ଦାଇତ୍ୱରେ ଥିବା ବେଳେ ମାର୍ଗଦର୍ଶକ ଭାବେ ଅଭୟେନ୍ଦୁ ଶେଖର ପଟ୍ଟନାୟକ ଏବଂ ଗୀତକୁ ପ୍ରଯୋଜନା କରିଛନ୍ତି ସନ୍ୟାସୀ ମହାରଣା। ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ଏବଂ ମହିମା ବିଷୟରେ ସଂକ୍ଷିପ୍ତ ଭାବ ନେଇ ମାଙ୍କର ଲୀଳା ଓ ମହିମା ଉପରେ ପର୍ଯ୍ୟବେସିତ ଏହି ଭଜନ ବେଶ ଲୋକ ପ୍ରିୟତା ହାସଲ କରି ପାରିବା ବୋଲି ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ଡ଼. ଜଗନମୋହନ ମହାପାତ୍ର ନିଜର ମତ ରଖିଥିଲେ। ଅନ୍ୟ ମାନଙ୍କର ଭିତରେ ଇଂ. ମନୋଜ କୁମାର ଦଣ୍ଡପାଟ, ନାଟ୍ୟଭାରତି ତ୍ରିପତି ନାୟକ, ବଦ୍ରୀ ନାରାୟଣ ନାୟକ, ସୁଦୀପ କୁମାର ସାହୁ, ସମୀର ଆଚାର୍ଯ୍ୟ, ଗୌରୀ ଶଙ୍କର ମହାଙ୍କୁଡ଼, ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଟିକିରି ବେହେରା, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ପଣ୍ଡା, ଅଶ୍ୱିନୀ ଜେନା, ଦିଲୀପ ମହାରଣା, ସୋନୁ କୁମାର ସାହୁ, ମନୋଜ ମହାରଣା, ଅଙ୍କିତ ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ପ୍ରଚାର ପ୍ରସାର ସମ୍ପାଦିକା ସୋନାଲି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.