ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହ ରୋକିବାକୁ ଶପଥପାଠ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଅକ୍ଷୟ ତୃତୀୟା ଅବସରରେ ବ୍ଲକସ୍ତରୀୟ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ବାଲ୍ୟ ବିବାହ ରୋକିବା, କିଶୋର ସ୍ୱାସ୍ଥ୍ୟ, ସ୍ଵଚ୍ଛତା ଓ ପୋଷଣ ବାବଦରେ ସଚତେନତା ସୃଷ୍ଟି କରାଯାଇଥିଲା । ଏଥିସହ ପଡିଆ ବ୍ଲକରେ ବାଲ୍ୟ ବିବାହ ରୋକିବା ସହ ବାଲ୍ୟ ବିବାହକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶପଥପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ଭାରପ୍ରାପ୍ତ ସିଡିପିଓ ଶାନ୍ତି କରସୁଧା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୁପୋଷଣ ଦୂରୀକରଣ ବ୍ଲକ ମୁଖ୍ୟ ଚୀନାମ ଆଲିଲିୟା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ କିଶୋର, କିଶୋରୀ, ଅଭିଭାବକ, ସ୍ୱାସ୍ଥ୍ୟ କର୍ମୀ ଓ ଶିଶୁ ବିକାଶ ବିଭାଗକୁ ମିଳିତ ହୋଇ ପଡିଆ ବ୍ଲକକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଡିଆ ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କର୍ମୀ ସମେତ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ କିଶୋରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.