ଦାଦାର ଠେଙ୍ଗା ମାଡରେ ପୁତୁରା ଗୁରୁତର, ଥାନାରେ ଅଭିଯୋଗ…

add-all

ହିଞ୍ଜିଳିକାଟୁ : ଦୁଇ ଭାଇଙ୍କ କଥା କଟାକଟି ରେ ପୁତୁରା ଆକଟ କରିବା ହେଲା କାଳ । ଦାଦାର ଠେଙ୍ଗା ମାଡରେ ପୁତୁରା ଗୁରୁତର । ଗୁରୁତର ଜଣକ ହେଲେ କଞ୍ଚୁରୁ ଗ୍ରାମ ସୁଭ୍ରାସୁଂ ଶେଖର ସାହୁ ୧୯ ।ଆହତଙ୍କୁ ଉଦ୍ଧାର କରି ପରିବାର ଲୋକେ ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମରେ ଘଟିଛି ଏଭଳି ଘଟଣା । ଘଟଣାରୁ ପ୍ରକାଶ ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମ ର ପବିତ୍ର ସାହୁ ୫୨ ଙ୍କ କୌଣସି କାରଣରୁ ଦୁଇଟି ସ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି ।ଦୁଇ ସ୍ତ୍ରୀ ଙ୍କୁ ଭାଇବୋହୁ ଗୁଣିଆ କରି ମାରିଥିବା ଭାବି ସଦାବେଳେ ଭାଇବୋହୁକୁ ଗାଳିଗୁଲଜ କରି ପାଟିତୁଣ୍ଡ କରୁଥିଲେ। ଗତ କାଲି ପବିତ୍ର ଙ୍କ ସାନଭାଇ ଭାଇ ସୁଧିର ସୁରଥରୁ ଗ୍ରାମକୁ ଆସିବା ପରେ କାହିଁକି ପାଟିତୁଣ୍ଡ କରୁଛ ଵୋଲି ପଚାରିଲେ। ଏଥିରେ ଉତକ୍ଷିପ୍ତ ହୋଇ ପଵିତ୍ର ସାନ ଭାଇ ସହ କଥାକଟା କଟି ହୋଇ ହାତାହାତି ହୋଇଥିଲେ ।ସୁଧିରଙ୍କ ପୂଅ ସୁଭ୍ରାସୁଂ ଆକଟ କରିବାରୁ ପବିତ୍ର ଏକ ଠେଙ୍ଗାରେ ପୁତୁରା କୁ ମାରଣାତ୍ମକ ଆକ୍ରମଣ କରିଥିଲେ। ସଘଟଣାସ୍ଥଳରେ ସୁଭ୍ରାସୁଂ ଙ୍କ ମୁଣ୍ଡରେ ଆଘାତ ଲାଗି ଟରିପଡିଲେ। ପରିବାର ସଦସ୍ୟ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ହିଞ୍ଜିଳି ଥାନାରେ ୨୫୭।୨୩ ରେ ଏକ ମାମଲା ରୁଜୁ କରି ପବିତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି

ad-week
Leave A Reply

Your email address will not be published.