ପିସିସି ମୁଖପାତ୍ର ହେଲେ ପୀତବାସ ପଣ୍ଡା…

add-all

ବ୍ରହ୍ମପୁର : ସଦ୍ୟପ୍ରକାଶୀତ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲର ରାଜ୍ୟ ମୁଖପାତ୍ର ଭାବରେ ବ୍ରହ୍ମପୁରର ପିସିସି ସଭ୍ୟ , ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଗଞ୍ଜାମ ଜିଲ୍ଲା ସଭାପତି ତଥା ସହରର ଜଣା ଶୁଣା ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ପିସିସି ମୁଖପାତ୍ର ଦାୟିତ୍ବ ମିଳିଥିବାରୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କର୍ମୀ ତଥା ବ୍ରହ୍ମପୁର ରେ ଶ୍ରୀ ପଣ୍ଡାଙ୍କ ଶୁଭେଚ୍ଛୁମାନେ ଆନନ୍ଦ ପ୍ରକାଶ କରିଛନ୍ତି । ଶ୍ରୀ ପଣ୍ଡା ଏହା ପୂର୍ବ ରୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ ଓ ନବରଙ୍ଗପୁର ଜିଲ୍ଲା ପିସିସି ପ୍ରଭାରୀ ଭାବେ କାର୍ଯ୍ୟ କିରିଥିଲେ । ବ୍ରହ୍ମପୁର ଓ ଗଂଜାମ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ସହ ଜଡ଼ିତ ହୋଇ ଗରିବ ଖଟିଖିଆ ରିକ୍ସା ଵାଲା ଉଠା ଦୋକାନୀ ଓ ବସ୍ତି ବାସିନ୍ଦାଙ୍କ ପାଇଁ ଲଢେଇ କରି ଆସୁଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଦାଇତ୍ୱ ମିଳିବା ପରେ ଶ୍ରୀ ପଣ୍ଡା ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ad-week
Leave A Reply

Your email address will not be published.