ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ସଚେତନତା ସଭା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପାଳିତ ହେଲା ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ସଚେତନତା ସଭା। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଆଜିର ଏହି କଯ୍ୟକ୍ରମର ଆୟଜନ କରାଯାଇଥିଲା। ଏହି କଯ୍ୟକ୍ରମରେ କିପରି ସମ୍ବଳ, ଶ୍ରମ ଓ ଅଭିନବ ପନ୍ଥା ଦ୍ୱାରା ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରାଯାଇପାରିବ ଏହା ଉପରେ ଆଲୋଚନା କରାଯାଇଥିଲା। ମ୍ୟାଲେରିଆ ମୁକ୍ତ ପାଇଁ ଶିକ୍ଷକ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀମାନଙ୍କ ଭୂମିକା ରହିଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ । ଓଡ଼ିଆ ଚଳଚିତ୍ର ଦମନରେ ମାଲକାନଗିରି ଜିଲ୍ଲାରେ କିପରି ମ୍ୟାଲେରିଆ କୁ ଦମନ କରାଯାଇଥିଲା ତାହା ଦେଖାଯାଇଥିଲା । ଏହି ଚଳଚିତ୍ର ପ୍ରସାରଣ ହେବାରୁ ମାଲକାନଗିରି ଜିଲ୍ଲାରେ ଲୋକେ ସଚେତନ ହୋଇଥିଲେ ଯାହାଫଳରେ ଆଜି ମ୍ୟାଲେରିଆ ହାର ବହୁତ କମ ରହିଛି।ଲୋକମାନଙ୍କୁ ସଚେତନତା କରିବା ପାଇଁ ଶିକ୍ଷକ ସମସ୍ତଙ୍କ ଘରେ ବୁଲିବୁଲି ମ୍ୟାଲେରିଆ ଉପରେ ସଚେତନ କରିବେ ଓ ସେହିପରି ଆଶା କର୍ମୀ ମ୍ୟାଲେରିଆ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା ଦିଆଯିବ। ୨୦୩୦ ସୁଦ୍ଧା ମାଲକାନଗିରିରେ ସମ୍ପୂର୍ଣ ମ୍ୟାଲେରିଆ ମୁକ୍ତ କରାଯିବା ପାଇଁ ଆଜି ଏହି କଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ମାନେ ଶପଥ ପାଠ କରିଥିଲେ। ଏହି କଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ଙ୍କ ସମେତ ବାରିଷ୍ଟ ଡାକ୍ତର ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଶିକ୍ଷକମାନଙ୍କୁ ମେଲେରିଆ ନିଆରକରଣ ବାବଦରେ ସଚେତନ କରାଇଥିଲେ। ଆଶା ଅଙ୍ଗନବାଡି ଦିଦିଙ୍କ ସହ ମିଶି ଶିକ୍ଷକ ଶିକ୍ଷତ୍ରି ମିଳିତ ଭାବରେ ମେଲେରିଆ ଠାରୁ କିପରି ଦୁରେଇ ରହିବେ ତାହା ନେଇ ସାଧାରଣ ଲୋକଙ୍କୁ ସଚେତନ କରିବେ । ଚିକିତ୍ସା ହେବ ପୂର୍ବରୁ ମେଲେରିଆ ଠାରୁ ଦୂରେଇ ରହିବା ସେଥିପ୍ରତି ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରି ମେଲେରିଆ ନୋ ମୋର ଇଣ୍ଡିଆ ସ୍ଲୋଗାନ କୁ ସଫଳ କରିବା ବୋଲି ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.