ମୋବାଇଲ ଚଳାଉଥିବା ବେଳେ ମୁହଁରେ ହେଲା ବିସ୍ଫୋରଣ, ଚାଲିଗଲା ଛାତ୍ରୀଙ୍କ ଜୀବନ

add-all

ତ୍ରିଭେନ୍ଦ୍ରମ : ପୁଣିଥରେ ମୋବାଇଲରୁ ଘଟିଛି ଅଘଟଣ । ମୋବାଇଲ ବିସ୍ଫୋରଣରେ ଯାଇଛି ଛାତ୍ରୀଙ୍କ ଜୀବନ। ଛାତ୍ରୀ ଜଣଙ୍କ ମୋବାଇଲ ଚଳାଉଥିବା ବେଳେ ଏହା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସିଧା ମୁହଁରେ ହେବାରୁ କେରଳରେ ଜଣେ ୮ ବର୍ଷୀୟ ଝିଅର ମୃତ୍ୟୁ ଘଟିଛି। ୩ୟ ଶ୍ରେଣୀରେ ପଢ଼ୁଥିବା ଆଦିତ୍ୟାଶ୍ରୀ ରାତି ବେଳା ମୋବାଇଲ ଚଳାଉଥିବା ବେଳେ ଏପରି ଘଟଣା ଘଟିଛି। ତାଙ୍କ ଘର କେରଳର ଥିରୁଭିଲଭାମାଲାରେ। ସୋମବାର ରାତି ପ୍ରାୟ ୧୦.୩୦ରେ ଆଦିତ୍ୟାଶ୍ରୀ ସବୁଦିନ ଭଳି ବେଡ୍‌ରେ ବସି ମୋବାଇଲକୁ ଚଳାଉଥିଲେ।
ତେବେ ହଠାତ୍‌ କୌଣସି କାରଣରୁ ମୋବାଇଲ ଫାଟି ଯାଇଥିଲା। ସେ ମୋବାଇଲକୁ ଚାହିଁଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କ ମୁହଁ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପରିବାର ଲୋକ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଆଦିତ୍ୟାଶ୍ରୀ ବ୍ୟବହାର କରୁଥିବା ଫୋନଟି ୩ ବର୍ଷ ତଳେ ତାଙ୍କ ପରିବାର ଲୋକ କିଣିଥିଲେ। ସୋମବାର ଯାଏ ସବୁ କିଛି ଠିକଠାକ ଥିଲା। ହେଲେ ରାତିରେ ଝିଅଟି ଭିଡିଓ ଦେଖୁଥିବା ବେଳେ ବଡ଼ ଅଘଟଣ ଘଟିଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ମୋବାଇଲ ଫୋନ ବିସ୍ଫୋରଣ ହେଲା, ତା’ର ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ଝିଅର ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକରଚ୍ଛାୟା ଖେଳି ଯାଇଛି।

ad-week
Leave A Reply

Your email address will not be published.