ଅଶ୍ଳୀଳ ଭିଡିଓ ଭାଇରାଲ : ଜଣେ ଗିରଫ

add-all

ହିଞ୍ଜିଳିକାଟୁ (୨୭।୪) : ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ କୋଦଳା ଥାନା ଅନ୍ତର୍ଗତ ସଚିନା ଗାଁ ର ନରେଶ ପ୍ରଧାନ ଓରଫ ସିଲୁ ଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମ ର ଜଣେ ଯୁବତୀ ଙ୍କ ସହ ଅଭିଯୁକ୍ତ ସୁରତରେ କାର୍ଯ୍ୟ କରୁଥିବା ବେଳେ ଇନଷ୍ଟାଗ୍ରାମରେ ସମ୍ପର୍କ ରଖିଥିଲେ। ପରେ ସେ ଯୁବତୀ ଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ବିଭିନ୍ନ ପ୍ରକାରରେ ପ୍ରଲୋଭିତ କରାଇବା ସହ ବିବାହ କରିବାକୁ କହି ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ସଂଗ୍ରହ କରିଥିଲେ। ପରେ ଯୁବତୀଙ୍କୁ ବ୍ଲାକମେଲ କରି ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏଥି ନେଇ ଯୁବତୀ ଜଣକ ଚଳିତ ମାସ ୪ ତାରିଖ ରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇ ଅଭିଯୁକ୍ତ ନରେଶ ଙ୍କୁ ସୁରତରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ad-week
Leave A Reply

Your email address will not be published.