ଅପହୃତା ନାବାଳିକା ଉଦ୍ଧାର

add-all

ହିଞ୍ଜିଳିକାଟୁ ୨୭।୪ : ହିଞ୍ଜିଳି ଥାନା ଅଞ୍ଚଳରୁ ଏପ୍ରିଲ ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକାଙ୍କ ସନ୍ଧାନ ଲାଗି ତାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥିଲେ। ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତ ପୁରି ରେ ଆତ୍ମଗୋପନ କରିଥିବା ଜାଣିବାକୁ ପାଇଥିଲେ। ପରେ ପୋଲିସ ଟିମ ସେଠାକୁ ଯାଇ ଅଭିଯୁକ୍ତଙ୍କୁ କାବୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଓ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।

ad-week
Leave A Reply

Your email address will not be published.