ଗ୍ୟାସ ମରାମତି ବେଳେ ଅଗ୍ନିକାଣ୍ଡ, ୪ ଆହତ ଜଣେ ଗୁରୁତର

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ତ ଚିକିଟୀ ଗଡର କୁମ୍ଭାର ସାହିରେ ଗ୍ୟାସ ଅଘଟଣରେ ଚାରିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର I ସୂଚନା ପ୍ରକାରେ ଆଜି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ଚିକିଟୀ ଗଡର କୁମ୍ଭାର ସାହିର ବିଶ୍ୱନାଥ ବେହେରା ଙ୍କ ଘରେ ଦେବେନ୍ଦ୍ର ମହାନ୍ତି ଗ୍ୟାସ ଷ୍ଟବ ମରାମତି କରୁଥିବା ବେଳେ ସିଲେଣ୍ଡରରୁ ଗ୍ୟାସ ଲିକ ହୋଇ ଥିଲା ସେତିକି ବେଳେ ପାଖ ରୁମରେ ରୋଷେଇ ସକାଶେ ଲାଗିଥିବା କାଠ ଚୁଲିରୁ ନିଆଁ ପ୍ରଭାହିତ ହୋଇ ଉପସ୍ଥିତ ବ୍ୟକ୍ତି ମାନକୁ ନିଆଁ ଲାଗି ଯାଇଥିଲା ଆହତ ମାନଙ୍କ ମଧ୍ୟରେ ବିଶ୍ୱନାଥ ବେହାର,କିଶନ ବେହେରା, ସୁବସିନୀ ବେହେରା,ଆଦି ଗୁରୁତ୍ତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିଟୀ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଏହି ଘଟଣା ରେ ଉକ୍ତ ଘରଟି ସମ୍ପୂର୍ଣ ଭାବରେ ପୁଡି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.