
ହିଞ୍ଜିଳିକାଟୁ : ୧୦ ଦଫା ଦାବି ପୁରଣ ନେଇ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ର ଆହ୍ବାନ କ୍ରମେ ୨୪ ଏପ୍ରିଲ ମାସରୁ ରାଜ୍ୟ ବ୍ୟାପୀ ପାଳନ ହେଉଥିବା ପ୍ରତିଵାଦ ସପ୍ତାହ ଅବସରରେ ୧୦ ଦଫା ପୁରଣ କରିବା ସକାଶେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଵିକ୍ଷୋବ ପ୍ରଦର୍ଶନ କରାଯାଇଛି। କରୋନା ସମୟରେ ଵନ୍ଦ ରଖାଯାଈଥିବା ୧୮ ମାସର ମହଙ୍ଗା ଭତାକୁ ପ୍ରଦାନ କରିବା, ରେଳ ଯାତ୍ରାରେ ଆଗରୁ ମିଳୁଥିବା ଆର୍ଥିକ ରିହାତି କୁ ପୁନଃ ପ୍ରଚଳନ କରିବା ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ପେନସନ ନିର୍ଧାରଣରେ ହୋଇଥିବା ମାରାତ୍ମକ ତ୍ରୁଟିକୁ ସଂଶୋଧନ କରିବା, ୮୦ ବର୍ଷ ବଦଳରେ ୬୫ ବର୍ଷରୁ ଅତିରିକ୍ତ ପେନସନ ପ୍ରଦାନ, କେନ୍ଦ୍ର ଅନୁରୂପ କ୍ୱାଲିଫାଇଙ୍ଗ ସର୍ବିସ ୨୦ ବର୍ଷ କରିବା, ପି .ଜି. ପି. ଏ. ବିଭାଗକୁ ପୁନଃ ଅବସ୍ଥାପିତ କରିବା, କମ୍ୟୁଟେଶନ ଦେୟର ଅବଧି ୧୫ ବର୍ଷ ବଦଳରେ ୧୨ ବର୍ଷକୁ ହ୍ରାସ କରିବା ଆଦି ୧୦ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ହିଂଜିଲିକାଟୁ ଶାଖାର ସର୍ବଶ୍ରୀ ସହସ୍ର ନାମ ପାଠୀଙ୍କ ସଂଯୋଜନା ରେ ଗଂଜାମ ଜିଲ୍ଲା ଶାଖାର ସଭାପତି ଡି.ମୋହନ ରାଓ, ସମ୍ପାଦକ ଅରୁଣ କୁମାର ବ୍ରହ୍ମା, ସହସମ୍ପାଦକ ନୀଳାଞ୍ଚଳ ମିଶ୍ର,ବରିଷ୍ଠ ସଭ୍ୟ କେ.ନନ୍ଦେଷୁ ସେନାପତି, ଏ.ସତ୍ୟ ନାରାୟଣ ଗୁପ୍ତା, ନଗେନ ଚନ୍ଦ୍ର ପଟ୍ଟନାୟକ, ବସନ୍ତ କୁମାର ପାତ୍ର,ବିଜୟ କୁମାର ପଣ୍ଡା,ଏ.କେ.ଖାଡଙ୍ଗା, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଅଶୋକ କୁମାର ପାଠୀ, ହୃଷିକେଶ ସାବତ, ଚନ୍ଦ୍ରଭାନୁ ସାବତ, ଚିତ୍ତରଞ୍ଜନ ମହାରଣା, ଉମାକାନ୍ତ ବେହେରା, ଲଷ୍ମୀନାରାୟନ ସ୍ୱାଇଁ, ହରିହର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ବିମ୍ବାଧର ସାହୁ ଙ୍କ ସମେତ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ।