ଦୁର୍ନୀତି ନିବାରଣ ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସହକାରୀ ବନ ସଂରକ୍ଷକ ଏବଂ ଠିକାଦାର

add-all

ମାଲକାନଗିରି (୨୭।୪) : ଦୁର୍ନୀତି ନିବାରଣ ଅଦାଲତରେ ମାଲକାନଗିରି ଜିଲ୍ଲା ବନ ବିଭାଗର ପୂର୍ବତନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍‌. ସୁବାଷ ଚନ୍ଦ୍ର ବୋସ ଆଜି ଦଣ୍ଡିତ ହୋଇଛନ୍ତି l ୨୦୦୯ ମସିହାରେ ଶରତ କୁମାର ପଣ୍ଡା ସରକାରୀ ଜମିରେ ଥିବା ଗଛ କାଟିବା ପାଇଁ ଶ୍ରୀ ବୋସଙ୍କୁ ଅନୁମତି ଦେଇ ସେହି କାଠ ଗଣ୍ଡି ଗୁଡିକୁ ଠିକାଦାର ବୋସଙ୍କୁ ଦେଇ ଦେଇଥିଲୋ ତେବେ ଏନେଇ ଉଭୟଙ୍କ ନାମରେ ଦୁର୍ନିତୀ ନିବାରଣ ବିଭାଗରେ ଅଭିଯୋଗ ହେଲାପରେ ଉଭୟଙ୍କ ନାମରେ ଏକ ମାମଲା ରୁଜ୍ଜୁ କରାଯାଇଥିଲ।। ଏହି ମାମଲାରେ ଶ୍ରୀ ପଣ୍ଡାଙ୍କୁ ଚାରୋଟି ଧାରାର ବିଚାର କରାଯାଇ ଦୁଇବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦିଆଯାଇଥିବା ବେଳେ ଏହି ଅର୍ଥ ଅନାଦାୟରେ ୬ ମାସ ଅଧିକ କାରାଦଣ୍ଡ ପାଇଁ ରାୟ ଦିଆଯାଇଥିବା ଜଣା ପଡିଛି । ସେହିପରି ଏହି ମାମଲାରେ ଜଡିତ ଥିବା ଠିକାଦାର ଶ୍ରୀ ବୋସଙ୍କୁ ତିନୋଟି ମାମଲାରେ ଶୁଣାଣୀ କରାଯାଇ ଗୋଟିଏ ମାମଲାରେ ଦୁଇବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା, ଅନ୍ୟ ଏକ ମାମଲାରେ ଏକ ବର୍ଷ ଜେଲ ଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ଓ ତୃତୀୟ ମାମଲାରେ ୬ ମାସ ଜେଲ ଦଣ୍ଡାଦେଶ ଶୁଣା ଯାଇଥିବା ଜଣା ପଡିଛି ।

ad-week
Leave A Reply

Your email address will not be published.