କାଶିପୁରରେ ଓକିଲ ଦିବସ ପାଳିତ

add-all

କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓକିଲ ସଂଘ ପକ୍ଷରୁ ଆଜି ମଧୁସୁଦନ ଦାସଙ୍କ ୧୭୫ତମ ଜୟନ୍ତୀ ଉପଲକ୍ଷେ କାଶୀପୁର କୋଟ ପରିସରରେ ଓକିଲ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟଅତିଥୀ ଭାବେ କାଶୀପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ଶୋଭନ କୁମାର ପଣ୍ଡା, କାଶୀପୁର ବ୍ଲକର ବରିଷ୍ଠ ଓକିଲ ପ୍ରଶନ୍ନ କୁମାର ସିଂହଦେଓ ଯୋଗଦେଇ ମଧୁସୁଦନ ଦାସଙ୍କ ଫୋଟଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ ସହ ପ୍ରଦ୍ବୀପ ପ୍ରଜ୍ଜ୍ବଳନ କରିଥିଲେ । ଓକିଲ ସଂଘର ସଭାପତି କହ୍ନେଇଲାଲ ଜୈନ ବରିଷ୍ଠ ଓକିଲ ସନ୍ତୋଷ ମହାପାତ୍ର ମଧୁବାବୁଙ୍କ ଜୀବନି ଉପରେ ବକ୍ତବ୍ୟ ଦେବାସହ ବରିଷ୍ଠ ଓକିଲ ପ୍ରଶନ୍ନ କୁମାର ସିଂହଦେଓଙ୍କୁ ସମ୍ମାନୀତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରକାରୀ ଓକିଲ ପ୍ରମୋଦ କୁମାର ନୟକ ପରିଚାଳନା କରିଥିବାବେଳେ ରାମମୋହନ ମହାନ୍ତୀ,ଲକ୍ଷ୍ମିକାନ୍ତ ପାତ୍ର,ଅମିତ ନାୟକ,ଭଗବାନ ପାତ୍ର,ଶରତ ନାଏକ,ପ୍ରେମାନନ୍ଦ ନାଏକଙ୍କ ସମେତ ସମସ୍ତ ଓକିଲ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓକିଲ ଉପେନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.