କାଳବୈଶାଖି ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସିଟ ପ୍ରଦାନ କଲେ ବିଧାୟକ

add-all

କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବାସଙ୍ଗମାଳି,କଜାଂକଣା,ସିରିପାଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ କାଳବୈଶାଖି ପ୍ରଭାବରେ ଅନେକ ପରିବାର ଲୋକଙ୍କ ଟିଣ, ଛପର, ସିଟ ଉଡେଇ ଦେଇଥିବା ଫଳରେ ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏନେଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଉକ୍ତ ଗ୍ରାମକୁ ଗସ୍ତ କରି କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ପରିବାର ଲୋକେ ରାୟଗଡା ବିଧାୟକଙ୍କୁ ସିଟ ତୁରନ୍ତ ଯୋଗାଇ ଦେବାକୁ ନିବେଦନ କରିଥିଲେ । ବିଧାୟକ ତୁରନ୍ତ ସିଟ ପ୍ରଦାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।ଆଜି ଉକ୍ତ ଗ୍ରାମଗୁଡିକୁ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ରାୟଗଡା ଜିଲ୍ଲା ପରିସଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଉକ୍ତ ଗ୍ରାମକୁ ପୁଣି ଥରେ ଗସ୍ତ କରି କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସିଟ ପ୍ରଦାନ କରିଛନ୍ତି।ଯାହା ଫଳରେ ଅଞ୍ଚଳବାସି ଖୁସି ହେବା ସହ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.