ବାଲିଗୁଡ଼ାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ପାଳିତ

add-all

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଡିଡିୟୁ-ଜିକେୱାଇ ଅନୁଷ୍ଠାନ ଓ ଉତ୍କଳ ସମ୍ମିଳନୀର ମିଳିତ ଉଦ୍ୟମରେ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଭରତବାସୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉତ୍କଳ ସମ୍ମିଳନୀର କନ୍ଧମାଳ ଜିଲ୍ଲା ସଭାପତି କୌଶିକ ସାହୁ, ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ସମ୍ମାନିତ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ରଥ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଜୀବନ ଓ ଦର୍ଶନ ଶିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମସ୍ତ ତାଲିମଧାରୀଙ୍କ ସହ ତାଲିମଦାତା ସ୍ମିତାରାଣୀ ନାୟକ ଓ ସୁଶାନ୍ତ କୁମାର ବସ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.