
ନବରଂଗପୁର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝରିଗାଁ ବ୍ଲକର ଜଣେ ବୃଦ୍ଧା ଚାଲିପାରୁ ନ ଥିବା ବେଳେ ଏକ ଚୌକିର ସାହାରାରେ ଭତ୍ତା ପାଇଁ ଦୀର୍ଘ କିଲୋମିଟର ଯିବାକୁ ପଡୁଥିବାରୁ ସ୍ଥାନୀୟ ପ୍ରଶାସନ ଓ ବ୍ୟାଙ୍କକୁ ଟ୍ବିଟ କରି ପ୍ରଶ୍ନ କରିଥିଲେ। ଜିଲ୍ଲା ଭିନ୍ନକ୍ଷମ ସଂଘ ତରଫରୁ ପୂର୍ବରୁ ମଧ୍ୟ ଅନେକଥର ବ୍ୟାଙ୍କଖାତା ଖୋଲିବା,ସାଧାରଣତଃ ବୟସାଧିକ କାରଣରୁ ଚାଲିପାରୁ ନ ଥିବା, ଭିନ୍ନକ୍ଷମ ବ୍ୟକ୍ତି ବିଶେଷଜ୍ଞଙ୍କୁ ହାତାହାତି ମାସିକ ଭତ୍ତା ଟଙ୍କା କିଭଳି ପହଞ୍ଚାଯାଇ ପାରିବ ସେଥିପାଇଁ ଅଭିଯୋଗ କରି ଆସୁଥିଲା। ହେଲେ ପ୍ରଶାସନର ଆଖି ଖୋଲୁ ନ ଥିଲା। ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଗୋଟିଏ ଟ୍ବିଟ ଏହାର ପ୍ରଭାବ ଜିଲ୍ଲାର ଭୀନ୍ନକ୍ଷମ,ଅକ୍ଷମ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ନବରଂଗପୁର ବ୍ୟାଙ୍କ କତ୍ତୃପକ୍ଷ୍ୟଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ଏଭଳି ସମସ୍ୟା ଥିବା ଲୋକଙ୍କ ଘରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗରେ ଖାତା ଖୋଲାଯାଉଛି। ଫଳରେ ଆଗାମୀ ଦିନରେ ତାଙ୍କରି ଚଳାଚଳ ଓ ଔଷଧ କ୍ରୟ ପାଇଁ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ନ ହେବେ।
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି,ନବରଂଗପୁର ସଦର ମହକୁମା ହିର୍ଲି ସ୍ଥାନରେ ଏକ ଦଦରା ଘରେ ଜନ୍ମରୁ ଦିବ୍ୟାଙ୍ଗ ଭାବରେ କଳାତିପାତ କରୁଥିବା ଦେବକୀ ଜାନୀ (ବୟସ ୧୮) ବର୍ଷ ଯାଏଁ କୌଣସି ସରକାରୀ ବ୍ୟବସ୍ଥା ପାଇ ନାହାଁନ୍ତି। ଜନ୍ମର କେତେ ବର୍ଷ ବାପାଙ୍କ ଦେହାନ୍ତ ପରେ ମା’ ଚିଙ୍ଗୁଡି ଜାନୀ ଏକୁଟିଆ ଏ ଘର ସେ ଘର କାମ କରି,କୁଲି ମଜୁରୀଆ ଭାବରେ ଖଟି ଦେବକୀକୁ ଲାଳନପାଳନ କରୁଥିବା ବେଳେ ଅନ୍ୟ ଏକ ଛୋଟ ଝିଅକୁ ମଧ୍ୟ ଦେଖାଶୁଣା କରୁଛନ୍ତି। କେବଳ ମାସିକ ୫ କେଜି ଚାଉଳ ସରକାରୀ ସହାୟତା ପାଇ ଗୁଜୁରାଣ ମେଣ୍ଟାାଇବାକୁ ବାଧ୍ୟ ହେଉଛି। ଦେବକୀ ପାଖରେ ସରକାରୀ ଯୋଜନା ଶୂନ୍ୟ ଥିବା ବେଳେ ମା’ ପାଇଁ ଅଭିଶପ୍ତ ହୋଇଛି। ଅନେକ ବାଧାବିଘ୍ନ ସହ ପରିବାରର ଦୁଇ ପ୍ରାଣୀକୁ ନେଇଁ ଚଳୁଛି। ସ୍ଥାନୀୟ ପ୍ରଶାସନ କିମ୍ବା ଜନ ପ୍ରତିନିଧିଙ୍କ ଆଢୁଆଳରେ ଦେବକୀ ରହିଯାଇଛି । ବର୍ତ୍ତମାନ ଜିଲ୍ଲା ଭିନ୍ନକ୍ଷମ ସଂଘ ସମ୍ପାଦକ ସୁଜିତ୍ ରଥଙ୍କ ପ୍ରଚେଷ୍ଟାରେ ବ୍ୟାଙ୍କ କତ୍ତୃପକ୍ଷ୍ୟଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ବ୍ୟାଙ୍କ ଖାତା ଖୋଲିବା ସହ ଚାଉଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ଚେଷ୍ଟା ଚଳାଉଛନ୍ତି। ଆଗାମୀ ଦିନରେ ପରିବାରକୁ ମାସିକ ଭତ୍ତା ଓ ଚାଉଳ ମିଳିଗଲେ ଦେବକୀର ପରିବାର ପାଇଁ ଆଶିର୍ବାଦ ସାବ୍ୟସ୍ତ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।ଦେଖିବାକୁ ବାକି ରହିଲା ଦେବକୀ ଓ ତା ପରିବାରର ଭାଗ୍ୟ ରେ ପରିବର୍ତ୍ତନ ଆସୁଛି ନା ନାହିଁ।