ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର…

add-all

ହିଞ୍ଜିଳିକାଟୁ (୨୯।୪) : ନିଖୋଜ ଥିବା ମହିଳା ଙ୍କ ମୃତଦେହ ଶନିବାର କବିସୂର୍ଯ୍ୟନଗର ଅଧିନସ୍ଥ ଜଗତି ପାହାଡ଼ରୁ ଉଦ୍ଧାର ହୋଇଛି।ଗତ ୨୩ ତାରିଖରୁ ହିଞ୍ଜିଳି ଥାନା ଶିକିରି ଗ୍ରାମର ଅମୂଲୀ ନାହାକ ନିଖୋଜ ରହିଥିବା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିଵାର ଲୋକେ । ଘଟଣାରୁ ପ୍ରକାଶ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶିକିରି ଗ୍ରାମ ମେଇନରୋଡ ବାସିନ୍ଦା ଅମୁଲି ନାହାକ ଗତ ୨୩ ତାରିଖ ଦିନ କୌଣସି କାରଣରୁ ପାରିବାରିକ କଳହ ପରେ ମହିଳଜଣଙ୍କ ରାଗି ଚାଲିଯାଇଥିଲେ। ସନ୍ଧ୍ୟାରେ ଅମୁଲି ଘରକୁ ନଫେରିବାରୁ ପରିଵାର ଲୋକେ ବୋହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତା ମିଳିନଥିଲା। ଏ ନେଇ ପରିବାର ଲୋକେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶନିବାର ଦିନ ହିଞିଳି ଥାନା ଅନ୍ତର୍ଗତ କୋଳିଦାସପୁର ନିକଟ ଜଗତୀ ପାହାଡ ଜଙ୍ଗଲରେ ଜଣେ ମଇଁଷି ଚରାଳୀ ଦୁର୍ଗନ୍ଧ ପାଇବା ପରେ ମୃତ ଦେହକୁ ଦେଖିପାରିଥିଲେ I

ଏ ନେଇ ଗ୍ରାମ ବାସୀଙ୍କୁ ଖବର ଦେଇଥିଲେ ।ଗ୍ରାମବାସୀ ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ। ଖଵରପାଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। କେଉଁ କାରଣ ନେଇ ମହିଳାଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି I ମହିଳା ଙ୍କ ଚିହ୍ନଟ ନିମନ୍ତେ ଅମୁଲି ନାହାକ ଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚି ଚିହ୍ନଟ କରିଥିଲେ ।ପରେ ଉକ୍ତ ଅଞ୍ଚଳ କବିସୂର୍ଯ୍ୟନଗର ଅଧିନସ୍ଥ ହୋଇଥିବାରୁ କଵିସୂର୍ଯ୍ୟନଗର ପୋଲିସ ପହଞ୍ଚି ଅମୁଲି ନାହାକ ଙ୍କ ଶଵ ଜବତ କରି ଶଵ ଵ୍ୟଵଛେଦ ନିମନ୍ତେ ପଠାଇ ପରେ ପରିଵାରକୂ ହସ୍ତାନ୍ତର କରାଯିବ ବୋଲି କଵିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ କହିଛନ୍ତି ।

ad-week
Leave A Reply

Your email address will not be published.