ଫୁଲବାଣୀଠାରେ ଆକାଶବାଣୀ ଏଫ୍ଏମ୍ କେନ୍ଦ୍ର ଉଦ୍‌ଘାଟିତ

add-all

ଫୁଲବାଣୀ: କେନ୍ଦ୍ର ସରକାରଙ୍କ ପ୍ରସାର ଭାରତୀ ଆନୁକୂଲ୍ୟରେ ଫୁଲବାଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଭର୍ଚୁଆଲ ମୋଡ଼ରେ ଏଫ୍ଏମ୍ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ୧୦୦.୧ ଫ୍ରିକ୍ୟୁଏନ୍ସୀରେ ଏହି କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଜିର ଉଦ୍‌ଘାଟନୀ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ
ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଦେଶର ୯୧ଟି ସ୍ଥାନ ସମେତ ରାଜ୍ୟର ୭ଟି ସ୍ଥାନରେ ଆକାଶବାଣୀର ଏହି ଏଫ୍ଏମ୍ ପ୍ରସାରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଫୁଲବାଣୀକୁ ଏହି ଯୋଜନାରେ ସାମିଲ କରାଯାଇଥିବାରୁ ବିଧାୟକ ଓ ପୌରାଧ୍ୟକ୍ଷା କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ବରିଷ୍ଠ ଅଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.