ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ଅନଙ୍ଗ, ସମ୍ପାଦକ ଭାବେ ସୁକାନ୍ତ ନିର୍ବାଚିତ

add-all

ଫୁଲବାଣୀ : ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫୁଲବାଣୀ ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନକୁ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର କହଁର, ଉପସଭାପତି, ସନ୍ତୋଷ କୁମାର ଦିଗାଲ ଓ ସଂଗଠନ ସମ୍ପାଦକ ବିଦେଶୀ କୁମାର ନାୟକ ପରିଚାଳନା କରିଥିଲେ । ଏହି ନିର୍ବାଚନରେ ସଭାପତି ଭାବରେ ଅନଙ୍ଗ କୁମାର ଦେହୁରୀ, ଉପସଭାପତି ଭାବରେ ବିରାଜିନୀ ମହାପାତ୍ର, ସୁଧାଂଶୁ କୁମାର ବେହେରା, ସାଧାରଣ ସମ୍ପାଦକ ଭାବରେ ସୁକାନ୍ତ କୁମାର ବେହେରା, ସଙ୍ଗଠନ ସମ୍ପାଦକ ଭାବରେ ବିଜୟାନନ୍ଦ ଦାଶ,ଅନୁପମା ଷଡଙ୍ଗୀ, ଅଚ୍ୟୁତ ନନ୍ଦ ଦାଶ, କୋଷାଧ୍ୟକ୍ଷ ଭାବରେ ଜନାର୍ଦ୍ଦନ ମିଶ୍ର ଓ କୋର୍ଡିନେଟର ଭାବରେ ଯକ୍ଷ ଚନ୍ଦ୍ର କହଁର ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।ଏହି ନିର୍ବାଚନରେ ଫୁଲବାଣୀ ବ୍ଲକର ସମସ୍ତ ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଥିଲା । ଶେଷରେ ଶିକ୍ଷକ ବସନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.