ଗ୍ୟାସ କଟର ମାଧ୍ୟମରେ ଏଟିଏମ ଲୁଟ ଉଦ୍ୟମ ବିଫଳ…

add-all

ମାଲକାନଗିରି, ୩୦।୪ ଏଟିଏମ ରୁ ଲୁଟ୍ ଉଦ୍ୟମ କରୁଥିବା ବେଳେ ହଟାତ ପୋଲିସକୁ ଦେଖି ଦୁର୍ବୃତ୍ତ ମାରିଲେ ଚମ୍ପଟ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାର ଏସପି ଙ୍କ କାର୍ଯ୍ୟଳୟ ନିକଟରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମ୍ ରୁ ଆଜି ଭୋରୁ ୨ ଜଣ ଦୁର୍ବୃତ୍ତ ଏଟିଏମ୍ ଲୁଟ କରିବା ପାଇଁ ଚେଷ୍ଟା କରୁଥିଲେ। ଟଙ୍କା ଲୁଟ ପାଇଁ ମେସିନର ତାଲା ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବ‌େଳେ କମ୍ପାନୀ କର୍ତ୍ତୃପକ୍ଷ ନିକଟକୁ ଚୋରି ଆଲର୍ଟ ମେସେଜ ଯିବାରୁ ସେ ତୁରନ୍ତ ମାଲକାନଗିରି ଥାନାକୁ ଖବର ଦେଇଥିଲେ। ଖବର ପାଇ ମାଲକାନଗିରି ପୋଲିସର ପାଟ୍ରୋଲିଂ ଗାଡ଼ି କିଛି ମିନିଟ ଭିତରେ ସେଠାରେ ପହଞ୍ଚିଯାଇଥିଲା। ପୋଲିସ ଗାଡ଼ିର ଶବ୍ଦ ଶୁଣି ଦୁଇ ଜଣ ଦୁର୍ବୁତ୍ତ ସେଠାରୁ ଚମ୍ପଟ ମାରିଥ‌ିଲେ। ତେବେ ପୋଲିସ ସେହି ଦୁର୍ବୁତ୍ତ ଙ୍କ ସନ୍ଧାନ ଜାରି ରଖିଥିବା ବେଳେ ଏଟିଏମ ରୁ ଟଙ୍କା ଲୁଟ ଯୋଜନା ପଣ୍ଡ ହୋଇଛି ।

ad-week
Leave A Reply

Your email address will not be published.