ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ

add-all

ମାଲକାନଗିରି// ମାଥିଲି( ୩୦।୪) : ସଡ଼କ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ସ୍ଥିତ ଦେଶୀ ମଦ ଭାଟିରେ ରୋଷୟା ଭାବରେ କାର୍ଯ୍ୟ କରୁଥିବା ଔରଙ୍ଗାବାଦ ଜିଲ୍ଲା ଦେବ ଥାନା ଅନ୍ତର୍ଗତ କାଞ୍ଚନ ପୁର ଗାଁର ରାହୁଲ କୁମାର (୨୭) ଆଜି ମୋଟର ସାଇକେଲ ଯୋଗେ କୌଣସି ଏକ କାର୍ଯ୍ୟ ଯାଇ ଫେରୁଥିବା ବେଳେ ବାମନ ଗୁଡାରୁ ମାଥିଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ନିଜର ଭସ୍ୟମ ହରାଇ ରାସ୍ତା କଡରେ ଥିବା ଏକ ନାମ ଫଳକ ରେ ଧକ୍କା ହୋଇ ଛିଟିକି ପଡିଥିଲା । ଏହି ଦୁର୍ଘଟଣା ଫଳରେ ତାଙ୍କ ମୁଣ୍ଡ ସହ ଶରୀର ର ଅନ୍ୟ ସ୍ଥାନରେ ଗଭୀର ଆଘାତ ହୋଇଥିବା ସହ ରକ୍ତସ୍ରାବ ହୋଇଥିଲା । ତେବେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବକୁ ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.