କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପ୍ରଥମ ସାଧାରଣ ଅଧିବେଶନ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ ସହ ବନ୍ଧିତ ଓଡିଶା ସାମ୍ବାଦିକ ୟୁନିଅନ(ଓ ୟୁ ଯେ )ର ପ୍ରଥମ ସାଧାରଣ ଅଧିବେଶନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ର କଟପଡି ଗ୍ରାମ ନିକଟସ୍ଥ ଖଡ୍ଗନଦୀ ଶାଳବଣ ଠାରେ ସଂଘ ସଭାପତି ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଶ୍ରମିକ ଦିବସରେ ୪ ଦଫା ସମ୍ବଳିତ ଦାବିପତ୍ର ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଉକ୍ତ ବୈଠକରେ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବେହେରା, ସାଧାରଣ ସମ୍ପାଦକ ଅସିତ କୁମାର ବେହେରା, ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବିପ୍ର ଚରଣ ସାହୁ, ଅଜିତ ନାୟକ,କୋଷାଧ୍ଯକ୍ଷ ଭଗବତୀ ପ୍ରସାଦ ସାବତ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ପ୍ରଦୀପ ବେହେରା, ପ୍ରତାପ କିଶୋର ବେହେରା, ବାଳ କୃଷ୍ଣ ଚର୍ଚି, ସୁଜିତ କୁମାର ବେହେରା, ଭି ଲୋକନାଥ ରାଜୁ, ହୁରୂଞ୍ଜନ ସେଠି,ଉତ୍ତମ ଖମ୍ବାରିଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିଲେ l କୋଷାଧ୍ୟକ୍ଷ ପ୍ରାରମ୍ଭିକ ଭାଷଣ ରଖିଥିବା ବେଳେ ଅସିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.