୧୯୭୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ..? ବିଜେପି

add-all

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବିଜେପି ପୁଣି ବର୍ଷିଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ମିଳିବ ନାହିଁ। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ, ପ୍ରଶ୍ନ କରିବା କଣ ଅପରାଧ ? ଅପରାଧ କରିବେ ସରକାର, କିନ୍ତୁ ଆମକୁ ଜଗନ୍ନାଥ କାହିଁକି ଅଭିଶାପ ଦେବେ ?

୧୯୭୮ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ। ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା। ସେହି ସମୟରେ ଖୋଲା ଯାଇଥିବା ରତ୍ନଭଣ୍ଡାର ଅନୁସାରେ ଭିତର ରତ୍ନ ଭଣ୍ଡାରରେ ୩୬୭ଟି ଅଳଂକାରରେ ୪୩୬୪ଭରି ସୁନା ରହିଥିଲା। ୨୩୧ଟି ୧୪,୮୭୮ଭରି ରୁପା ଥିଲା। ଏବେ ସେ ସବୁ ଅଛି କି ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯାଉ।

ad-week
Leave A Reply

Your email address will not be published.