ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ଝାରସୁଗୁଡାରେ ପହଞ୍ଚିଲେ ବିଜେପିର ୪ ଜଣିଆ ଟିମ

add-all

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ୪ ଜଣିଆ ଉଚ୍ଚସ୍ତରୀୟ ଟିମ ଝାରସୁଗୁଡାରେ ପହଂଚିଛନ୍ତି। ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡା ଆସିଥିବା ଟିମ୍‌ ସ୍ଥାନୀୟ ବିମାନବନ୍ଦରରେ ଅବତରଣ ପରେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି। ଏହି ଟିମ୍‌ ପୂର୍ବତନ ଆଇଏଏସ ଅଧିକାରୀ ତଥା ବିଜେପି ନେତା ବ୍ରିଜେଶ ଲାଲଙ୍କ ଅଧ୍ୟକ୍ଷତାରେ ଆସିଛି। ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ ଜ୍ୟୋତିର୍ମୟ ସିଂ ମାହାତୋ, ସମୀର ଓରାଓ ଓ ଆଦିତ୍ୟ ସାହୁ।

ରାଜ୍ୟ ବିଜେପିର ଏକ ଟିମ ଝାରସୁଗୁଡା ବିମାନବନ୍ଦରରେ ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରିଥିଲେ। ଏହି ଟିମ ସମ୍ବଲପୁରରେ ପହଞ୍ଚି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସା, ହତ୍ୟାକାଣ୍ଡର ସ୍ଥିତି ସମୀକ୍ଷା, ମୃତକଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡିଛି। ଏହା ସମ୍ପୂର୍ଣ ପ୍ରାୟୋଜିତ ଥିଲା ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଯାଞ୍ଚ କରି ରିପୋର୍ଟ ଦେବୁ ବୋଲି କହିଛନ୍ତି ଟିମ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶ୍ରୀ ଲାଲ। ଏହା ବିଜେପିର ମାଇଲେଜ ନେବା ଯୋଜନା ଅଭିଯୋଗକୁ ଖଣ୍ଡନ କରିବା ସହ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ଲାଲ କହିଛନ୍ତି ସମାଜକୁ ବାଣ୍ଟିବା କାମ ବିଜେପିର ନୁହେଁ। ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି। ରାଜ୍ୟ ସରକାର ଚାହିଁଥିଲେ ଏଭଳି ଘଟଣା ଘଟି ନଥାନ୍ତା। ୟୁପିରେ ଅସାମାଜିକଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚାଲିଲା। ଏଠି କେତେ ଚାଲିଲା? ବୋଲି ଶ୍ରୀ ଲାଲ ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.