ମଦ୍ୟପକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

add-all


ନବରଂଗପୁର : ଏକ ଭାଇରାଲ ଭିଡିଓ ଓ ଫୋଟରେ ଶତାଧିକ ମହିଳା ମିଶି ଜଣେ ଲୋକକୁ ରଶିରେ ବାନ୍ଧିବା ଦୃଶ୍ୟ ଦେଖାଯାଉଛି। ଏହା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗ୍ରାମର। ମହିଳାମାନେ ଏଇ ଗ୍ରାମ ରେ ମଦରନ୍ଧା, ବିକ୍ରି କରିବାକୁ ନେଇଁ ଘରେ ଘରେ ସଚେତନ କରିଆସୁଛନ୍ତି। ଏଭଳି କି,ଗାଁରେ କାହାକୁ ମଦ ପିଈବାକୁ ମଧ୍ୟ ବାରଣ କରାଯାଇଥିବା ଜଣାଯାଏ। ତଥାପି ଯୁବକଟିଏ ଅମାନିଆ ହୋଇ ମଧ୍ୟ ପାନ କରି ମହିଳାଙ୍କୁ ଟିପ୍ପଣୀ କରିବା ସହ ଗାଁ ମଝିରେ ଦିନ ଦ୍ବିପ୍ରହରେ ପାଟିତୁଣ୍ଡ କରୁଥିଲା। ଏହା ଦେଖି କିଛି ମହିଳା ଅଣ୍ଟା ଭିଡି ବାହାରି ଥିଲେ। ଏହା ପରେ ଶତାଧିକ ମହିଳା ଏକତ୍ରିତ ହୋଇ ଯୁବକକୁ ଘେରି ଗୋଡହାତକୁ ରଶି ସାହାଯ୍ୟରେ ପୂରା ଦମରେ ବାନ୍ଧି ପକେଇ ଥିଲେ। ଏହା ପରେ ସ୍ଥାନୀୟ ପୋଲିସ୍ ଜିମ୍ମାରେ ଛାଡି ଦେଇଥିଲେ। ଏବେ ଏହି ଦୃଷ୍ୟକୁ ଦେଖିବା ଲୋକ ପ୍ରଶଂସା କରୁଥିବା ବେଳେ ମଦନିଶାରେ ପିଇବା ଲୋକେ ଘରେ ଲୁଚୁଛନ୍ତି। କିଛିଦିନ ତଳେ ଅଞ୍ଚଳଗୁମ୍ମା ଓ ଚିତ୍ରକୋଟ ଠାରେ ବିଗତ ଦିନରେ କଳସିଯାତ୍ରା ସମୟରେ ମଦ ପିଇ ଦୁଇ ଗାଁରେ ଗୋଷ୍ଠୀ କନ୍ଦଳ ହୋଇ ମରଣନ୍ତାକ ଆକ୍ରମଣ ହେବା ଫଳରେ ଦୁଇ ଗାଁର ୨୦ ପରିବାର ମଧ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା। ତେନ୍ତୁଳିଖୁଣ୍ଟି ଥାନା ଅଧିନରେ ୨୦ ଜଣଙ୍କ ନାମରେ ମରନ୍ତାକ ଆକ୍ରମଣରେ ଅଭିଯୋଗ କରାଯାଇ କେସ ହୋଇଥିଲା । ବର୍ତ୍ତମାନ ଚିତ୍ରକୋଟ ଠାରେ ୧୨ ବର୍ଷିୟା କୃଷି ଭିତ୍ତିକ ବାଲିଯାତ୍ରା ସମ୍ପନ୍ନ ହେଉଛି। ଦୀର୍ଘ ତିନିମାସ ଧରି ବାଲି ଘରେ ପୂଜା ପଦ୍ଧତି ସହ ଯାତ୍ରା ଉତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲେ। ଏହାକୁ ଆଖି ଆଗରେ ରଖି ଉଭୟ ଗ୍ରାମର ମହିଳାମାନେ ନିଜ ନିଜ ଗ୍ରାମରେ ଶତାଧିକ ସଂଖ୍ୟାରେ ବାହାରି ଗାଁରେ ମଦରନ୍ଧା ବନ୍ଦ କରିବା ସହ ମଦବିକ୍ରି ସମ୍ପୂର୍ଣ ବାରଣ କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଯିଏ ମଦ ପିଇଲେ ତାହାକୁ ବି ଆଉ ଛାଡି ନ ଥିବା ଜଣାପଡିଛି। ମଦ ପିଇ ପାଟିତୁଣ୍ଡ କରୁଥିବା ଲୋକଙ୍କୁ ଦୌଡିବାନ୍ଧି ପୋଲିସ୍ ହାତରେ ଧରେଇ ଦେଉଛନ୍ତି। ଶତାଧିକ ମହିଳା ସାଙ୍ଗରେ ତେନ୍ତୁଳିଖୁଣ୍ଟି ପୋଲିସ୍,ଅବକାରୀ ବିଭାଗ ମିଶି ଚଢାଉ କରି ଘରେ ଘରେ ପଶି ମଦ ନଷ୍ଟ କରୁଛନ୍ତି। ଆଗକୁ ସବୁଦିନ ପାଇଁ ଏଭଳି ମଦବନ୍ଦ କରାଯିବାକୁ ନିଷ୍ପତ୍ତି ମହିଳା ମାନେ ନେଇ ଥିବାରୁ ଗ୍ରାମବାସୀମାନଙ୍କ ପ୍ରସଂଶା କରୁଥିବା ଦେଖା ଯାଇଛି।

ad-week
Leave A Reply

Your email address will not be published.