
ଫୁଲବାଣୀ : ବିଶ୍ଵ ନୃତ୍ୟ ଦିବସ ୨୦୨୩ ଅବସରରେ ସ୍ଥାନୀୟ ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା “ନଟରାଜ ନୃତ୍ୟ ସଙ୍ଗୀତ ଉତ୍ସବ ୨୦୨୩” ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ରଦନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ,ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର, ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ଵାଇଁ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀମତୀ ଦୀପ୍ତି ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ,ବରିଷ୍ଠ ଆଇନ୍ ଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା ,ଗୁରୁ ବିକ୍ରମ ସାମଲ ,ଗୁରୁ ସନାତନ ନାୟକ ପ୍ରଭୃତି ଯୋଗଦାନ କରିଥିଲେ। ଏହି ଅବସରରେ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଡ ସୁଜାତା ମହାପାତ୍ର, ଓଡିଶୀ କଣ୍ଠ ସଙ୍ଗୀତ ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ନଟରାଜ କଳା ମନ୍ଦିର ସମ୍ମାନ ପ୍ରଦାନ କରାଜାଇଥିଲା। ସଙ୍ଗୀତ ସାଧନା ପାଇଁ ଲକ୍ଷ୍ମୀନାରାୟଣ ପୁରୋହିତ, ସମାଜ ସେବା ପାଇଁ ଏ ସାଇରାମ଼୍ ପାତ୍ର, ଭି ଲୋକନାଥ ରାଜୁ, ସୁକାନ୍ତ କୁମାର ବେହେରା ,ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ କୃତିତ୍ଵ ପାଇଁ ଶ୍ରୀମତୀ ବୈଜୟନ୍ତୀମାଳା ମହାପାତ୍ର, ନାଟକ ପାଇଁ ବୀଜୟ କୃଷ୍ଣ ପଟ୍ଟନାୟକଙ୍କୁ ନଟରାଜ କଳା ମନ୍ଦିର ସମ୍ମାନ ପ୍ରଦାନ କରଯାଇଥିଲା। ଏହି ଅବସରରେ ପ୍ରତିଷ୍ଠିତ ଗୁରୁ ମାନଙ୍କ ଦ୍ଵାରା ଏକକ ମର୍ଦ୍ଦଳ ବାଦନ, ଓଡିଶୀ କଣ୍ଠ ସଙ୍ଗୀତ, ଏବଂ ଓଡିଶୀ ନୃତ୍ୟ ସହ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ଓଡିଶୀ, ଭଜନ, ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ପ୍ରେକ୍ଷାଳୟ ଭରପୁର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଅଶୋକ କୁମାର ମହାନ୍ତି ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ର ନିର୍ଦ୍ଦେଶକ ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।