ଚୋରି ବାଇକ ସହ ଜଣେ ଗିରଫ…

add-all

ହିଞ୍ଜିଳିକାଟୁ (୧।୫) : ହିଞ୍ଜିଳିକାଟୁ ଟିଭିଏସ ସୋରୁମ ଆଗରୁ ଏପ୍ରିଲ ୨୯ ତାରିଖରେ ଏକ ଆପାଚି ବାଇକ ଚୋରି ହୋଇଥିଲା। ଏନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଜଣେ ଚୋରକୁ ଗିରଫ କରିବା ସହ ଚୋରି ବାଇକ ଜବତ କରିଛି। ଗିରଫ ଜଣକ ହେଲେ କନ୍ଧମାଳ ଚକାପାଦ ଅଞ୍ଚଳର ଉତ୍ତମ ବେହେରା। ଘଟଣାରୁ ପ୍ରକାଶ ହିଞ୍ଜିଳିକାଟୁ ଚଣାପଦର ବଇଁଚବଣିଆ ରୋଡ ର କାହ୍ନୁଚରଣ ସାହୁ ନିଜ ଟିଭିଏସ ଆପାଚି ବାଇକ ତିଆରି କରିବା ନିମନ୍ତେ ଶନିବାର ହିଞ୍ଜିଳିକାଟୁ ବଈଂଚବଣିଆ ସ୍ଥିତ ଟିଭିଏସ ସୋରୁମ ଆଗରେ ରଖି ସୋରୁମ ଭିତରକୁ ଯାଇ ଫେରିଲା ବେଳକୁ ଗାଡି ଚୋରି ହୋଇଥିଲା। ଏନେଇ କାହ୍ନୁଚରଣ ସାହୁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ହିଞ୍ଜିଳି ଥାନାରେ ୨୮୫।୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଥିଲେ। ସୋମବାର ହିଞ୍ଜିଳି ପୋଲିସ ଗାଡି ଯାଞ୍ଚ କରିବା ସମୟରେ ଚକାପାଦ ଅଞ୍ଚଳର ଉତ୍ତମ ଵେହେରା ଗାଡିର ସଠିକ କାଗଜ ପତ୍ର ପ୍ରଦାନ କରିପାରିନଥିଲେ ।ବାଇକ ଯାଞ୍ଚ କରିବା ବେଳେ ଚୋରି ହୋଇଥିବା ବାଇକ ଜାଣି ହିଞ୍ଜିଳି ଥାନାକୁ ଆଣି ପଚରା ଉଚରା କରିଥୁଲେ। ଉତ୍ତମ ବାଇକ ଚୋରି କରିଥିବା ସ୍ୱୀକାର କରିଥିଲେ। ଏ ନେଇ ବାଇକ ସହ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।

ad-week
Leave A Reply

Your email address will not be published.