
ହିଞ୍ଜିଳିକାଟୁ (୧।୫) : ହିଞ୍ଜିଳିକାଟୁ ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ତରଫରୂ ସୋମବାର ଶ୍ରମିକ ଦିବସ ପାଳନ ହୋଇଯାଇଛି। ହିଞ୍ଜିଳିକାଟୁ ତରାତରାରିଣୀ ରୋଡ ଉପ୍ରା ଵାଳକ ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ସଂଘର ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ଵିଚିତ୍ର ମୁନି ଙ୍କ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ୱାର୍ଡ଼ ନଂ ୫ ର ଵିଜେଡି ୱାର୍ଡ଼ ସଭ୍ୟ ବିଭୁପ୍ରସାଦ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଶ୍ରୀ ପଣ୍ଡାଙ୍କୁ ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ସଭାପତି ବିଚିତ୍ର ମୁନି ୱୋପଢୋକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରମିକ ଦିବସର ଐତିହ୍ୟ ଏବଂ ବର୍ତ୍ତମାନର ଜ୍ଵଳନ୍ତ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଚେତନତା ଅଭିଯାନ ଆୟୋଜନ ମାଧ୍ୟମରେ ବୃତ୍ତିଗତ ଦୁର୍ଘଟଣା ଓ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ମାଧ୍ୟମରେ କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ଗୁରୁତ୍ବାରୋପ କରାଯିବା ସହ କୌଣସି ପ୍ରକାର ପେସାଗତ ଦୁର୍ଘଟଣା ଓ ରୋଗକୁ ଦୂରେଇବା ଦିଗରେ ମଧ୍ୟ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରିବାକୁ ଆହ୍ବାନ କରାଯାଇଛି। ଏହି ସଚେତନତା ଅଭିଯାନର ଉଦ୍ଦେଶ୍ୟ ହେଉଛି ସମସ୍ୟାର ବ୍ୟାପକତା ଦିଗକୁ ଦୃଷ୍ଟି ଆକର୍ଷଣ କରିବା ଏବଂ ସୁରକ୍ଷା ଓ ସ୍ବାସ୍ଥ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ କାର୍ଯ୍ୟକ୍ଷେତ୍ରରେ ମୃତାହତଙ୍କ ସଂଖ୍ୟା ହ୍ରାସ କରିବା। ଶେଷରେ ସଂଘର ସମସ୍ତ ସଦସ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଫ୍ଳା କାର୍ଡ ଧରି ଏକ ଶୋଭାଯାତ୍ରା ରେ ଵାହାରି ସହର ପରିକ୍ରମା କରି ପୁନଶ୍ଚ ସଂଘ କାର୍ଯ୍ୟାଳୟରେ ପହଞ୍ଚିଥୁଲେ ।ଏହି ଶୋଭାଯାତ୍ରାରେ ସଂଘର ଉପସଭାପତି ପ୍ରମୋଦ କୁମାର ମହାରଣା, ଉପଦେଷ୍ଟା କଳାକାର ଵେହେରା, ସମ୍ପାଦକ ସିମାଚଂଳ ପଣ୍ଡା,କୋଷାଧ୍ୟକ୍ଷ ଯୁଗଳ କିଶୋର ପାଣିଗ୍ରାହୀ, କଳାକାର ସାହୁ, ସଂଗ୍ରାମ ଡାକୁଆ, ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।