ଆଦର୍ଶ ବିଦ୍ୟାଳୟରେ ପିଟିଏ ବୈଠକ

add-all

ହିଞ୍ଜିଳିକାଟୁ (୩।୫) : ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅବିଭାବକ ଶିକ୍ଷକଙ୍କ ଏକ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ପୌରହିତ୍ୟରେ ଏହି ବୈଠକରେ ଓଡ଼ିଶା ମୋ ପରିବାର ରାଜ୍ୟ ସମ୍ପାଦକ ତଥା ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ପ୍ରେରଣାଦାୟୀ ବକ୍ତା ଭାବେ ଯୋଗଦେଇ ବାଣିଜ୍ୟ ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଠନ ଓ ବାଣିଜ୍ୟ ପାଠ୍ୟକ୍ରମ ର ଲୋକପ୍ରିୟତା ଉପରେ ମତ ରଖିଥିଲେ।

ଏଥିରେ ଦଶମ ଶ୍ରେଣୀ ପାଶ ପରେ ଛାତ୍ରୀଛାତ୍ରଙ୍କୁ ଅବିଭାବକ ମହଲରେ କେଉଁ ବିଷୟରେ ପାଠ ପଢ଼ାଇବା ନିମନ୍ତେ ବଢୁଥିବା ଚିନ୍ତା ର କୌଣସି କାରଣ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ଏଥିରେ ୫୦ରୁ ଉର୍ଦ୍ଧ୍ବ ଅବିଭାବକ ଯୋଗ ଦେଇ ବିଭିନ୍ନ ପ୍ରଶ୍ନ ଓ ଛାତ୍ର ଛାତ୍ରୀଙ୍କ କ୍ୟାରିୟର ଗଠନ ନେଇ ଆଲୋଚନା କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.