ଶକ୍ତିନଗର ଦୋକାନରୁ ଚୋରି…

add-all

ବ୍ରହ୍ମପୁର : ସ୍ଥାନୀୟ ଲୋଚାପଡା ନିକଟସ୍ଥ ଶକ୍ତିନଗର ପଞ୍ଚମ ଲେନ

ଥିବା ଏକ ରାସନ ଦୋକାନରୁ ଗତକାଲି ମଧ୍ୟ ରାତ୍ରରେ ଚୋରି ହୋଇଥିବା ଦୋକାନ

ମାଲିକ ପଞ୍ଚାନନ ଚୌଧୁରୀ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପ୍ରକାରେ ଥାନା ଅଧିକାରୀ ସହ

ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସହ ଘଟଣା ସ୍ଥଳରେ ପହଂଚି ସନ୍ଧାନୀ କୁକୁର ସହ ଅନୁସନ୍ଧାନ ଆରମ୍ଭ କରିଥିଲେ କୁକୁର ଶକ୍ତିଗନଗର କିଛି ଅଂଚଳ ବୁଲି ପୁଣି ଘଟଣା ସ୍ଥଳକୁ ଫେରିଯାଇଥିଲା କିଛି ଦିନ ତଳେ ଶକ୍ତି ନଗର  ଚାରି ଲେନରେ ରହୁଥିବା ଡାକ୍ତର ଅମୁଲ୍ୟ କୁମାର ମିଶ୍ରଙ୍କ ଚୋରି ହୋଇଥିଲା କିନ୍ତୁ ପୋଲିସର ତତ୍ପରତା ଯୋଗୁଁ ଚୋରି ହୋଇଥିବା ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର ସହ ଚୋର ମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା l  ଶକ୍ତିନଗରରେ ବାରମ୍ବାର ଦୋକାନରୁ ଚୋରି ହେଉଛି ଏବଂ ବାଇକରୁ ପେଟ୍ରୋଲ ଵି ଚୋରି ହେଇଯାଉଛି l ନିମଖଣ୍ଡି ଫାଣ୍ଡି ବନ୍ଦ ହେବା ଦିନଠାରୁ ପୋଲିସ ପେଟ୍ରୋଲିଙ୍ଗ ଠିକ ଭାବେ ଏହି ଅଂଚଳରେ ହେଉନାହିଁ ଯାହାର ଫାଇଦା ଚୋରମାନେ ଉଠାଉଛନ୍ତି ତାହାର ଫାଇଦା l  ଚୋରି ଯାଇଥବା ସାମଗ୍ରୀର ଆନୁମାନିକ ମୂଲ୍ୟ ନଗଦ ଟଙ୍କା

ସହ 20.000ହେବ ବୋଲି ଦୋକାନ ମାଲିକ କହିଛନ୍ତି, ପୋଲିସ ଘଟଣା କୁ ନେଇ ଛାନଭିନ କରୁଛି ଅତି ଶୀଘ୍ର ଚୋର ଧରାପଡିବ ବୋଲି ଥାନା ସୂତ୍ରରୁ ପ୍ରକାଶ 

ad-week
Leave A Reply

Your email address will not be published.