
କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେଶନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇଁ ଆସନ୍ତା ମେ ୭ ତାରିଖରେ ଦିନ ଧାରଣା ଦେବାକୁ ଟିକିରି ଅଞ୍ଚଳର ବାସୀ ଡାକରା ଦେଇଥିଲେ। କୋଭିଡ୍ ପୂଵରୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟିକିରି ରେଳ ଷ୍ଟେଶନ ରେ ରହଣୀ ଥିଲା କୋଭିଡ ପାଇଁ ସବୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଥିଲା । ଏହା ପରେ କୋଭିଡ ମାତ୍ରା ଧିରେ ଧିରେ ସ୍ବାଭାବିକ ହେବା ପରେ ଧିରେ ଧିରେ ବିଭିନ୍ନ ଟ୍ରେନ୍ ଚଳାଚଳ କରିଥିଲା । ଟିକିରି ରେଳ ଷ୍ଟେଶନ ରେ ସବୁ ରେଳ ଗାଡିର ରହଣୀ ଥିବା ବେଳେ କିନ୍ତୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟ୍ରେନ ରହଣୀ ନଥିଲା ଓ ଏହି ରହଣୀ ପାଇ ପୂବରୁ ଦୁଇଥର ରେଳ ରୋକ କରିବା ପାଇ ଟିକିରି ଅଞ୍ଚଳବାସୀ ଚିନ୍ତା କରିଥିବା ବେଳେ ଟିକିରି ସମାଜ ସେଵୀ ଗୌରାଙ୍ଗ ସାହୁ ବିଭିନ୍ନ ସମୟରେ ବିଭିନ ରେଳ ଵିଭାଗ ନିକଟକୁ ଚିଠି ଆକାରେ ଜଣାଇଛନ୍ତି । ଏହା ପରେ ଯେଉ ସମୟରେ ରେଳ ରୋକ କରିବା ପାଇ ଚେଷ୍ଟା କରନ୍ତି। ସେହି ଦିନ ପୂବରୁ ରେଳ ବିଭାଗର କିଛି ଆରପିଏଫ୍ ଅଧିକାରି ମାନେ ଆସି କିଛି ପ୍ରତିସ୍ବତି ଦେଇ ରେଳ ରୋକ ନକରିବା କହିଥାନ୍ତି। ସେହି ଭଳି ବିଭିନ୍ନ ସମୟରେ ଏହି ରେଳ ରୋକ ନ କରିବା ପାଇ ମଧ୍ଯ କହିଛନ୍ତି । ସେହି ଭଳି କିଛି ଦିନ ପୂବରୁ ଏହି ସବୁ ସମାଧନ କରିବା କରା ଯିବ ବୋଲି କହିଥଲେ । ଏହା ପରେ କିଛି ଦିନ ତଳେ ଟିକିରି ରେଳ ଷ୍ଟେସନ ର ମୁଖ୍ୟା ରାସ୍ତା ମରାମତି ପାଇ ମାପି ଥିଲେ ଏହା ପରେ ଏହି ସବୁ ସେହିପରି ରହିଯାଇଛି । ଏହି ସବୁ ସମାଧନ ନ ହେଲେ ଆସନ୍ତା ମେ ମାସ 7 ତାରିଖ ରେ ଟିକିରି ରେଳ ଷ୍ଟେଶନ ରେ ରେଳ ରୋକ କରାଯିବ ବୋଲି ବୋଲି ଡାକରା ଦିଆଯାଇଥିଲା । ଠିକ ସେହିପରି ରାୟଗଡା ଉପ ଜିଲ୍ଲାପାଳ ଭିମସେନ ସବର,ଏସ,ଡି,ପି,ଅ ଦିବ୍ୟଜ୍ୟତି ଦାସ,ରେଳ ବିଭାଗର ସହକାରୀ ଡିଭିଜନ ଇଞ୍ଜିନିୟର ଏସ,ଏମ,କେ ପଟନାୟକ,ଆର,ପି,ଏଫ ଏସ ଆଇ ଡିକେ ସେନାପତି,ଟିକିରି ଆଇଆଇସି ବିଜୟଲକ୍ଷ୍ମି ହିକକା, ଟିକିରି ରେଭେନିୟୁ ବଙ୍ଗଳା ଟିକିରି ଅଞ୍ଚଳ ଲୋକଙ୍କ ସହ ଆଲୋଚନା କରି ଉପ ଜିଲାପାଳ ଭିମସେନ ସବର ,ଏସଡିପିଓ ଦେବଜ୍ୟତି ଦାସ ଓ ରେଳ ବିଭାଗର ଏସ,ଏମ,କେ ପଟନାୟକଆଉ ୭ଦିନ ସମୟ ମାଗ ଲିଖିତ ପ୍ରତିସୃତି ଦେଇଛନ୍ତି।ଟିକିରି ଅଞ୍ଚଳର ସମାଜ ସେବି ବିଦ୍ୟାଧର ଦୁରିଆ,ହରପ୍ରଷାଦ ନାୟକ,ମନଜ ବେହେରା,ଜିଜୁରୁ ମାଝୀ,ପାଟ ମାଝୀ,ହିରାଲାଲ ନାଏକ ଅନ୍ୟମାନେ ଉପସ୍ଥିତ ଥିଲେ।