କାର ସହ ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିକଟସ୍ଥ ବ୍ଳକ ଗୁଡିକ ଗଞ୍ଜେଇ ଚୋରା ଚାଲାଣ ର ଗନ୍ତାଘର ପାଲଟିଛି l ଏହି ସବୁ ବ୍ଳକ ଗୁଡିକର ଘଞ୍ଚ ଜଙ୍ଗଲ ଭିତରେ ଥିବା କିଛି ଗ୍ରାମ ନିକଟସ୍ଥ ପାହାଡ଼ରେ ଗଞ୍ଜେଇ ଚାଷ ହେଉଥିବାର ଜାଣି ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ ହେବା ସହ ମିଳିତରେ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ମଧ୍ଯ କରାଯାଉଛି l ହେଲେବି ବିଭିନ୍ନ ଉପାୟରେ ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ରହୁଛନ୍ତି l ସତେ ଯେପରି ମାଫିଆ ମାନେ ଏହାକୁ ବେଉସା କରି ଦେଲେଣି l ଏହିପରି ଏକ ଚୋରା ଚାଲାଣ କାରବାର ହେଉଥିବା ସମୟରେ ଫୁଲବାଣୀ ସଦର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଅଧ୍ୟକ୍ଷକ ପ୍ରବୀର କୁମାର ସମାଲଙ୍କ ନିର୍ଦ୍ଦେଶ ରେ ସବଇନ୍ସପେକ୍ଟର ସାଗର ଭୋଇ, ଏ ଏସ ଆଇ ସୁକାନ୍ତ କୁମାର କହଁର, ଅନିଲ କୁମାର
ବେହେରା, ମିଲନ କୁମାର ସାହୁ, ସଞ୍ଜୀବ ପ୍ରଧାନ
ଗାଡ଼ିଆପଡା ଘାଟି ଠାରେ ପେଟ୍ରୋଲିଂ କରୁଥିଲେ। ଏହି ସମରେ ଦୁଇଜଣ ଲୋକ କାରରେ ଆସୁଥିବାର ଦେଖିଲେ ସନ୍ଦେହରେ କାରକୁ ଅଟକାଇ ତଲାସି କରିଥିଲେ। କାର ଭିତରୁ ୩ ଗଞ୍ଜେଇ ପଲିଥିନ ବସ୍ତା ଜବତ କରିଥିଲେ ଯାହାର ଓଜନ ୮୦ କେଜି ଥିଲା। କାର ସହ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ୍ କରିଥିଲା ସଦର ଅବକାରୀ ବିଭାଗ ।ଏହି ଗଞ୍ଜେଇ ଫୁଲବାଣୀ ରୁ ଭୁବନେଶ୍ବର ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି କହିଛନ୍ତି ଅବକାରୀ ବିଭାଗ l ଗିରଫ୍ ଅଭିଯୁକ୍ତ ମାନେ ହେଲେ ଅନିଲ କୁମାର ନାୟକ ଓ ଏସ କେ ଆଜାଦ ହୁସେନ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି। ଏ ନେଇ ଅବକାରୀ ଥାନା କେଶ ନଂ ୧୮/୨୩ ରେ ରୁଜୁ କରି କୋର୍ଟ ଚାଲାଣ କରିଛି।ଆଗାମୀ ଦିନରେ କନ୍ଧମାଳରୁ ଗଞ୍ଜେଇ କାରବାର ରେ ଲିପ୍ତ ଥିବା ସମସ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ବୋଲି ଅବକାରୀ ବିଭାଗ ଅଧିକ୍ଷକ କହିଛନ୍ତି ।

ad-week
Leave A Reply

Your email address will not be published.