
କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଏକ ଆଦିବାସୀ ବହୂଳ ଅଞ୍ଚଳ ଥିବା ବେଳେ ଏହି ଅଞ୍ଚଳ ର ଲୋକମାନେ ବିଭିନ୍ନ ସମୟରେ ବିଭିନ ସମସ୍ୟା ଘେରରେ ରହିଆସୁଛନ୍ତି | ତେବେ କାଶିପୁର ବ୍ଲକ ଗୋଟିଏ ଏମିତି ଅଞ୍ଚଳ ଯାହାର ନାମ କହିଲେ ଜଗତ ଜାଣେ । କେତେ ବେଳେ ଜାଡା ବାତୀ ତ ଆଉ କେତେ ବେଳେ ଆମ୍ବ ଟାକୁଆ ଖାଇ ଜୀବନ ହାରିଛନ୍ତି | ଏଥି ପାଇଁ ସବୁ ସମୟରେ କାଶିପୁର ବ୍ଳକ ଚର୍ଚ୍ଚାରେ ରହି ଆସୁଛି । ତେବେ ଓଡ଼ିଶା ସରକାର ଏବଂ ରାଜ୍ୟ ସରକାର ଗାଁ କୁ କାମ ମାଆକୁ ସମ୍ମାନ ବୋଲି ଡିଙ୍ଗୁରା ମାରୁଥିବା ବେଳେ ଏବେ ବି ମହିଳାମାନଙ୍ଠିକ ଯନ୍ତ୍ରଣା ଶେଷ ହେଉନି | କିଛି ଦିନ ଆଗରୁ ଗୋଟିଏ ଗର୍ଭବତୀ ମହିଳା ଙ୍କୁ କେମିତି ଚୌକିରେ ବହି ମେଡିକାଲ ନେଉଥିବା ଦୃଶ୍ୟ ଦେଖାଇ ଥିଲୁ | ଠିକ୍ ସେହିପରି ଗତକାଲି ରାତିରେ ଗୋଡିବାଲି ପଞ୍ଚାୟତ ଗାଡ୍ରା ମୁହିଁ ଗ୍ରାମର ପରିହା ମାଝୀ ଙ୍କ ସ୍ତ୍ରୀ ରଞ୍ଜିତା ମାଝୀ ଗର୍ଭ ଜନ୍ତ୍ରଣାରେ ଛଟପଟ ହେଉଥିବା ବେଳେ । ତାଙ୍କୁ କିଟି କିଟି ଅନ୍ଧାରରେ ନଦୀ ନାଳ ଦେଇ ପ୍ରଥମ ସିକର ପାଇ ମେଡିକାଲ ନେଇଥିଲେ ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ତେବେ ଏହିପରି ଘଟଣା କୁ ସରକାର କେବେ ଧ୍ୟାନ ଦେବେ ତା ଏବେ ଦେଖିବାକୁ ବାକି ରହିଛି।