ଜିଲ୍ଲା ଓକିଲସଙ୍ଘର ଅସମ୍ପୂର୍ଣ୍ଣ କାର୍ଯ୍ୟାଳୟ ଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ

add-all

ନବରଙ୍ଗପୁର (୧୧/୫) : ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ଶ୍ରୀ ନରସିଂହ ତ୍ରିପାଠୀଙ୍କ ନେତୃତ୍ୱ ରେ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କୁ ଭେଟି ଏକ ପତ୍ର ମାଧ୍ୟମରେ ଜିଲ୍ଲା ଓକିଲ ସଙ୍ଘ ର କାର୍ଯ୍ୟାଳୟ କୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଛନ୍ତି l ପ୍ରକାଶ ଥାଉକି ଜିଲ୍ଲା ସବ-ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ଜିଲ୍ଲା ଓକିଲ ସଙ୍ଘ ର ଅଫିସ ଦୀର୍ଘ ଦିନରୁ ଅସମ୍ପୂର୍ଣ୍ଣ ଭାବେ ରହିଛି ଓ ପୂର୍ଵରୁ ଏହାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଏକ ରିଟ ପିଟିସନ ନମ୍ବର WPC 1906/2015 ପ୍ରକାରେ ଦାଖଲ କରାଯାଇଥିଲା l ବର୍ତ୍ତମାନ ଆବେଦନକାରୀ ଏହି ମାମଲା କୁ ପ୍ରତ୍ୟାହାର କରିଦେଇଥିବାରୁ ବର୍ତ୍ତମାନ ସଙ୍ଘ କାର୍ଯ୍ୟାଳୟ କରିବା ପାଇଁ ପଥ ସୁଗମ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ମାମଲା କୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏହି ପ୍ରତିନିଧି ଦଳରେ ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ତପନ ସିଂ, ଉପସଭାପତି ହରିନାରାୟଣ ବେହେରା, ଶ୍ରୀକାନ୍ତ କୁମାର ପଣ୍ଡା, ଦେବୀ ପ୍ରସାଦ ସିଂ, ବିଧୁଶେଖର ତ୍ରିପାଠୀ, ଶଶୀଗିରି ରାଓ, ବାଙ୍କ ବିହାରୀ ବିଷୋୟୀ, ପ୍ରଦୀପ କୁମାର ଦାସ, ସିମାଞ୍ଚଳ ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ସୁରଜ ନାୟକ, ଦାମୋଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.