ବଜ୍ରାଘାତରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ

add-all

ଗୁଣପୁର (୧୧/୫) : ପୂଟାସିଂ ଥାନା ଅନ୍ତର୍ଗତ ଲିମାଲିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସନ୍ଧ୍ୟା ୪ ଟା ସମୟରେ ଘଡ଼ଘଡ଼ି ସହ ପବନ ବର୍ଷା ହୋଇଥିଲା । ୪୭ ବର୍ଷ ବୟସ୍କ ପୀତବାସ ପାଲ ନାମକ ଏକ ବ୍ୟକ୍ତି ନିଜ ଘର ବାରିପଟେ ପବନରେ ପଡ଼ିଥିବା ଆମ୍ବ ଗୋଟାଇ ବାକୁ ଯାଇଥିବା ବେଳେ ହଠାତ୍ ତାଙ୍କ ପାଖରେ ଥିବା ନଡ଼ିଆ ଗଛ ଉପରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ଆଘାତ ପାଇ ପିତବାସ ଅଚେତ ହୋଇ ପଡ଼ିଗଲେ। ଘଡଘଡି ଶବ୍ଦ ଶୁଣି ସ୍ତ୍ରୀ ଘର ବାରିପଟେ ଆସି ଦେଖନ୍ତି ତ ଗଛରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି ଏବଂ ସ୍ଵାମୀ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଭୋ ଭୋ କାନ୍ଦିଥିଲେ। ତାଙ୍କ କାନ୍ଦ ଶୁଣି ପାଖପଡ଼ିଶା ସମସ୍ତେ ଆସି ରୁଣ୍ଡ ହୋଇଥିଲେ ଏବଂ ପିତବାସଙ୍କୁ ଘରକୁ ଟେକି ନେଇ ସଙ୍ଗେ ସଙ୍ଗେ ଅଟୋ ବ୍ୟବସ୍ଥା କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ଡାକ୍ତର ଆସି ଚିକିତ୍ସା କଲା ପରେ ମୃତ ଘୋଷଣା କରିଥିଲେ । ତଥାପି ପରିବାର ବର୍ଗ ଏବଂ ସମ୍ପର୍କୀୟଙ୍କ ମନ ମାନି ନ ଥିଲା ଏଣୁ ପୂନର୍ବାର ଈସିଜି କରାଇଥିଲେ । ଈସିଜି ରିପୋର୍ଟ ବାହାରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିଛି ଅନୁଭୂତ୍ତି ସମ୍ପର୍ଣ୍ଣ ଗ୍ରାମବାସିଙ୍କ କହିବା କଥା ଯେ ଘଟଣାସ୍ଥଳରେ ହିଁ ପୀତବାସ ଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ପୀତବାସ ଦରଜୀ ଭାବେ କାମ କରି ବହୁ କଷ୍ଟରେ ଦୁଇ ପଇସା ରୋଜଗାର କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ବର୍ତ୍ତମାନ ବାପାଙ୍କୁ ହରାଇ ୫ ଟି ପିଲା ଏବଂ ସ୍ତ୍ରୀ ଦୁଃଖ ରେ ମ୍ରିୟମାଣ ହୋଇ ଭାଙ୍ଗି ପଡିଛନ୍ତି ।

ad-week
Leave A Reply

Your email address will not be published.