ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା ବୈଠକ

add-all

ଛତ୍ରପୁର (୧୧.୦୫) : ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା ବୈଠକ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ ଠାରେ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ଦ୍ବାରା ୩୦୦ କୋଟି ଟଙ୍କା ଅନୁଦାନ ପ୍ରାପ୍ତ ହୋଇଛି ।
ଜିଲ୍ଲାରେ ଥିବା ୪୬୦ ଗୋଟି ସବ୍ ସେଣ୍ଟର ମଧ୍ୟରୁ ୩୬୭ ଗୋଟି ସବ ସେଣ୍ଟରକୁ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଭାବରେ ରୂପାନ୍ତରିତ କରାଯାଇଥିବା ବେଳେ ଅବଶିଷ୍ଟ ୧୨୩ ଗୋଟି ସବ୍ ସେଣ୍ଟରକୁ ଚଳିତ ବର୍ଷ ରୂପାନ୍ତରିତ କରିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଛି । ଏତତ୍ ବ୍ୟତୀତ ୨୯୩ ଗୋଟି ଅତିରିକ୍ତ ସବ୍ ସେଣ୍ଟର ସୃଷ୍ଟି କରିବା ନିମନ୍ତେ ସରକାରୀ ସ୍ତରରେ ଅନୁମୋଦନ ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜମି ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକୁ ତ୍ବରାନ୍ବୀତ କରି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଜାତୀୟ ଗୁଣବତ୍ତା ସାର୍ଟିଫିକେଟ୍ ସକାଶେ ୩୧ ଗୋଟି ସବ୍ ସେଣ୍ଟର୍ ଏବଂ ୭ ଗୋଟି କୁ ରାଜ୍ୟସକାର ଚୟନ କରିଛନ୍ତି ଯାହାକି ରାଜ୍ୟରେ ସର୍ବାଧିକ । ଜିଲ୍ଲାରେ ଥିବା ୧୩ ଗୋଟି ଚିକିତ୍ସାଳୟକୁ ୫ ଟି ଅନ୍ତର୍ଗତ ରୂପାନ୍ତରିତକରଣ କରିବା ନିମନ୍ତେ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି । ଏଥି ସକାଶେ ୭୭୮ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ସାରିଛି ଏଣୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ନିମିତ୍ତ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇ ଅକ୍ଟୋବର ଶେଷ ସୁଦ୍ଧା ସାରିବାକୁ କହିଛନ୍ତି । ପୁରୁଷୋତ୍ତମପୁର, ସୋରଡା,ବୁଗୁଡା ଏବଂ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୪ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ଥାପନ କରିବା ନିମିନ୍ତେ ସରକାରୀ ଅନୁମୋଦନ ମିଳିଛି । ଯଥାଶୀଘ୍ର ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରି ଜୁଲାଇ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ନୀଳ ମାଧବ ଭୋଇ, ରାସ୍ତା ଓ କୋଠାବାଡି ବିଭାଗୀୟ ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର ତପନ କୁମାର ପାଣିଗ୍ରାହୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରକଳ୍ଦ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଭିଭିଡି) ଡା. ସନ୍ତୋଷ କୁମାର ପାଢୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ , ପରିବାର କଲ୍ୟାଣ ଡା. ଭି ସରୋଜୀନୀ ଦେବୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଧିକାରୀ ସୁଜିତ୍ କୁମାର କାର୍ଯୀ ଏବଂ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.