ବିଜେପି ମଣ୍ଡଳ ସଭାପତି ପରିବର୍ତ୍ତନ…

add-all

ଛତ୍ରପୁର : ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ନେତୃତ୍ଵରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଗଞ୍ଜାମ ଏନଏସି, ଟାଙ୍ଗଣାପଲ୍ଲୀ ଓ କଣମଣା ମଣ୍ଡଳ ର ସଭାପତି ପରିବର୍ତ୍ତନ କରିଛନ୍ତି l ଗଞ୍ଜାମ ଏନଏସି ର ଗୁରୁ ଚରଣ ରାଉଳ, ଟାଙ୍ଗଣାପଲ୍ଲୀ ର ସମ୍ପଦ ନାହାକ ଓ କଣମଣା ମଣ୍ଡଳ ର ଏନ୍ ଦୀନବନ୍ଧୁ ନୂତନ ସଭାପତି ଭାବେ ଘୋଷଣା କରିଛନ୍ତି l ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଛତ୍ରପୁର ମଣ୍ଡଳ ସଭାପତି ଶ୍ରୀ ସଞ୍ଜିତ୍ ରାଉଳ, ବ୍ରହ୍ମପୁର ଲୋକସଭା ସଂଯୋଜକ ଡା ସୁବାସ ସାହୁ, ଛତ୍ରପୁର ବିଧାନସଭା ସଂଯୋଜକ ବସନ୍ତ ବେହେରା, ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ର ଉପ ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ବିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ଡା, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ବି. ଶଙ୍କର ରେଡ୍ଡୀ, ଓବିସି ମୋର୍ଚ୍ଚାର ଉପ ସଭାପତି କେ. ଚନ୍ଦ୍ର ଶେଖର ରେଡ୍ଡୀ, ଟାଙ୍ଗଣାପଲ୍ଲୀ ମଣ୍ଡଳ ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.