ଡିଜିପିଙ୍କ ଦ୍ଵାରା ବିଏସଏଫ କ୍ୟାମ୍ପ ଉଦ୍ଘାଟନ ଏବଂ ମାଓ ଗତିବିଧି ସମୀକ୍ଷା

add-all

ଫୁଲବାଣୀ: ୧୩।୦୫ : କନ୍ଧମାଳ ଗସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ। ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଗୋଇନ୍ଦା ବିଭାଗ ସଞ୍ଜୀବ ପଣ୍ଡା କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ରିଜର୍ଭ ପଡିଆ ଠାରେ ହେଲିକେପ୍ଟର ଯୋଗେ ଅବତରଣ କରି ନିକଟରେ ଏକ ବିଏସଏଫ କ୍ୟାମ୍ପ ଶୁଭାରମ୍ଭ କରିଥିଲେ । କନ୍ଧମାଳ ଜିଲ୍ଲାର ସମସ୍ତ ବି ଏସ ଏଫ୍ କ୍ୟାମ୍ପ ବୁଲି ସ୍ଥିତି ପରଖିବା ସହିତ ମାଓବାଦୀଙ୍କୁ କିପରି ଦମନ କରାଯିବ ଏବଂ ମାଓବାଦୀ ଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଆଲୋଚନା କରିଥିଲେ l ଏଥି ସହ
ଡିଜିପି ଓଡିଶା ଜିଲ୍ଲାର କ୍ରାଇମବ୍ରାଞ୍ଚ ଏବଂ ନକ୍ସଲ ପରିସ୍ଥିତିର ସମୀକ୍ଷା କରିଛି। ଡିଜିପି ଓଡିଶା ନକ୍ସଲ, ଅପରାଧ ଏବଂ ଆଇନ ଶୃଙ୍ଖଳା ଉପରେ ମୂଲ୍ୟବାନ ନିର୍ଦ୍ଦେଶ ଦେଇଥିଲେ । ବିଏସଏଫ ଏବଂ ଜିଲ୍ଲା ପୋଲିସ ସମନ୍ୱୟ ରକ୍ଷା ପାଇଁ ନିର୍ଦ୍ଦେଶାବଳୀ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏସପି କନ୍ଧମାଳ ସୁଭେନ୍ଦୁ ପାତ୍ର ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.