ବ୍ରହ୍ମପୁର ଏମକେସିଜି ମେଡିକାଲରେ ପାର୍କିଂ ଫି ନାମରେ ଚାଲିଛି ଦାଦା ବଟି ଆଦାୟ

add-all

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଶହଶହ ସଂଖ୍ୟରେ ରୋଗୀ ଓ ରୋଗୀଙ୍କ ସମର୍କୀୟ ମାନେ ଆସିଥାନ୍ତି l କିନ୍ତୁ ଏଠାରେ ପାର୍କିଂ ଫି ନାମରେ ଚାଲିଛି ଦାଦା ବଟି ଆଦାୟ । ଗତ କିଛି ଦିନ ଧରି ବ୍ରହ୍ମପୁର ବଡ ମେଡିକାଲ ରେ ଅତି ଅନ୍ୟାୟ ଭାବେ ରୋଗୀ ମାନଙ୍କ ଠାରୁ ଓ ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ପାର୍କିଂ ଫି ଆଦାୟ କରାଯାଉଛି। ଏହି ପାର୍କିଂ ଫି ଆଦାୟ ପାଇଁ କୌଣସି ବିଧିବଦ୍ଧ ନିୟମ ନାହିଁ। ଏବଂ ଏଥିପାଇଁ କୌଣସି ଟେଣ୍ଡର ବା ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇନାହିଁ। ଏହି କଥା ନିଜେ ସ୍ୱୀକାର କରିଛନ୍ତି ମେଡିକାଲ ସୁପରିଟେଣ୍ଡେଟ୍ ସୁଚିତ୍ରା ଦାସ । ପ୍ରଶ୍ନ ହେଉଛି ଯେ କୌଣସି ଟେଣ୍ଡର ନ ହୋଇ ବା ସରକାରୀ ବିଜ୍ଞପ୍ତି ନଥାଇ କିଏ ଏବଂ କେଉଁ ନେତାଙ୍କ ଇସାରାରେ ପାର୍କିଂ ଫି ନାମ ରେ ଏହି ଅର୍ଥ ସଂଗ୍ରହ କରାଯାଉଛି l ସୂଚନା ଥାଉ ଯେ ଏହା ଏକ ସରକାରୀ ମେଡିକାଲ ଏବଂ ଏଠାକୁ ବିଭିନ୍ନ ଜିଲ୍ଲା ରୁ ରୋଗୀ ଆସନ୍ତି l କିନ୍ତୁ ଏଠାରେ ରୋଗୀ ସେବା ବିନମୂଲ୍ୟ ରେ ହେଉଥିବା ବେଳେ ଗାଡି ରଖିବା ପାଇଁ ଦେବାକୁ ପଡୁଛି ପାଉଣା l

ad-week
Leave A Reply

Your email address will not be published.