ବିଧାନସଭାରେ ଶପଥ ନେଲେ ଦୀପାଳି ଦାସ..

add-all

ଭୁବନେଶ୍ବର: ଶପଥ ନେଲେ ଦୀପାଳି ଦାସ। ଉପବାଚସ୍ପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଦୀପାଳିଙ୍କ ମାଆ ଓ ଭାଇ ବିଶାଲ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ବିଧାନସଭାରେ ପହଞ୍ଚିବା ପରେ ଗୃହକୁ ମୁଣ୍ଡିଆ ମାରି ଭିତରେ ପ୍ରବେଶ କରିଥିଲେ।

ଶପଥ ପାଠ ପରେ ନୂଆ ବିଧାୟିକା ଦୀପାଳି କହିଛନ୍ତି, ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି। ଝାରସୁଗୁଡ଼ାବାସୀଙ୍କ ସେବା ମୋର ମୂଳ ଲକ୍ଷ୍ୟ। ମୋ ବାପା ଝାରସୁଗୁଡ଼ାର ବିକାଶ ପାଇଁ କାମ କରୁଥିଲେ। ଝାରସୁଗୁଡ଼ା ବିକାଶକୁ ଆଗକୁ ତ୍ୱରାନ୍ଵିତ କରିବି ବୋଲି କହିଛନ୍ତି ଦୀପାଳି। ଏହାସହ ମା’ ଓ ମହିଳାଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଆଦର୍ଶରେ କାର୍ଯ୍ୟ କରିବି ବୋଲି କହିଛନ୍ତି ଦୀପାଳି।

ad-week
Leave A Reply

Your email address will not be published.