ଜବ୍‌କାର୍ଡ଼ଧାରୀଙ୍କ ପ୍ରାପ୍ୟ ହରିଲୁଟ…

add-all

ଚିକିଟି : ଚିକିଟି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଜବ୍‌ କାର୍ଡ ଧାରୀ ଙ୍କ ପ୍ରାପ୍ୟ ହରିଲୁଟ ହୋଇଥିବା ଅଭିଯୋଗ ନେଇ ଆଜି ଶତାଧିକ ମହିଳା ଆଜି ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରମ୍ପା ଗ୍ରାମରେ ପ୍ରାୟ ଚାରିଶହ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ୩୬୦ଜଣ ଜବ କାର୍ଡ ଧାରୀ ରହିଛନ୍ତି । ତେବେ ମନେରଗା ଯୋଜନା ମାଧ୍ୟମରେ ଗ୍ରାମବାସୀ ଙ୍କୁ କାମ ମିଳିବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ମାସମାସ ଧରି କାମ କରିଥିବା ଶ୍ରମିକମାନଙ୍କୁ ନିଜ ପ୍ରାପ୍ୟ ମିଳୁନାହିଁ। ଗ୍ରାମର ଗ୍ରାମସାଥୀ ଏହି ଦୁର୍ନୀତିର ମୁଖ୍ୟ ବୋଲି ଆଜି ଶତାଧିକ ମହିଳା ମାନେ ନିଜ ଅଭିଯୋଗ ଉପଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି ଙ୍କୁ ଜଣାଇ ଥିଲେ। ଏଥି ସହିତ ବହୁ ଶ୍ରମିକମାନଙ୍କ ଟଙ୍କା ଜମାଖାତା ରୁ ଗାୟବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ବହୁ ଗ୍ରାମବାସୀ ଜବ କାର୍ଡ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ, ରାଜ୍ୟ ବାହାରେ ରହୁଥିବା ଲୋକଙ୍କନାଁରେ ଜାଲି ଜମା ଖାତା ଖୋଲାଯାଇ ସରକାରୀ ଟଙ୍କା ହଡପ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ବିଜେପି ନେତ୍ରୀ ମିନା ଡ୍ୟାନ ସାମନ୍ତରାୟ ଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଏହାର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.