ଫୁଲବାଣୀ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଆଜି ଜିଲ୍ଲା ସ୍ତରୀୟ ସେବକ ସେବିକା ସମ୍ମିଳନୀର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ସଭାପତି ଡ. ବ୍ରଜବନ୍ଧୁ ମଲ୍ଲିକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସଂକୁଳ ପ୍ରମୁଖ ପବିତ୍ର କୁମାର ସାହୁ,ଜିଲ୍ଲା ପ୍ରମୁଖ ଇନ୍ଦ୍ରମଣି ନାୟକ,ବାଲିଗୁଡ଼ା ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡ଼ାଇ,ଉକ୍ତ ବିଦ୍ୟାଳୟ କମିଟିର ବିଦ୍ୱତ ପରିଷଦର ସଭାପତି ବାସୁଦେବ ପ୍ରହରାଜ,ପରିଚାଳନା ସମିତିର ସଦସ୍ୟା ସଂଯୁକ୍ତା ମଲ୍ଲିକ, ସଂକୁଳ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଫୁଲବାଣୀ ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ସେବକ ସେବିକାମାନଙ୍କ ଭୂମିକା ବିଷୟରେ ଜିଲ୍ଲା ପ୍ରମୁଖ ଇନ୍ଦ୍ରମଣି ନାୟକ ବକ୍ତବ୍ୟ ରଖିଥିଲେ।ପ୍ରାୟ ୬୦ ଜଣ ସେବକ ସେବିକା ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ କାଳା°ଶ ମାଧ୍ୟମରେ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ କରାଯାଇଥିବାବେଳେ ମନ୍ଦିର ଭ୍ରମଣ, ମନ୍ଦିରରେ ସେବାକାର୍ଯ୍ୟ,ବିଦ୍ୟାଳୟର ସଫେଇ ଇତ୍ୟାଦିର କୌଶଳ ବିକାଶ କରାଯାଇଥିଲା।କାର୍ଯ୍ୟକ୍ରମର ସମସ୍ତ ବିବରଣୀ ଫୁଲବାଣୀ ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ ପଠନ କରିଥିଲେ। ସମସ୍ତ ଶୁଭେଛୁ, ଅଭିଭାବକ, କାର୍ଯ୍ୟକର୍ତ୍ତା,ସେବକ ସେବିକା, ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବାଲିଗୁଡ଼ା ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡ଼ାଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ ସମସ୍ତ ସେବକ ସେବିକା ମାନଙ୍କ ମନରେ ସେବା ମନୋଭାବ ଉଦ୍ରେକ କରିପାରିଥିଲା।
