ଦାରିଙ୍ଗବାଡ଼ି, ୧୭/୦୫, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ଲକ ମହକୁମାର ଅନ୍ୟ ତମ ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ। ଏହିବଜାର ଉପରେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ୮ଗୋଟି ଗ୍ରାମପଞ୍ଚାୟତ ସହିତ ସୀମାନ୍ତ ବର୍ତ୍ତି ଗଜପତି, ଗଞ୍ଜାମ ଓ ରାୟଗଡା ଜିଲାର କିଛି ପଞ୍ଚାୟତ ବାସୀ ଏହି ବଜାର ଉପରେ ନିର୍ଭର କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଦୀର୍ଘ ବର୍ଷର ବ୍ୟବଧାନରେ ବ୍ରାହ୍ମଣୀଗାଁ ବଜାର ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ଵାରା ଆରମ୍ଭ ହୋଇଛି। ହେଲେ ପ୍ରଶସ୍ତିକରଣ କାର୍ଯ୍ୟରେ ପାତର ଅନ୍ତର ମନ ଭାବ ରଖି କିଛି ଘର ଭଙ୍ଗା ଯାଇଥିବା ବେଳେ କିଛି ଘରଗୁଡିକୁ ଛାଡି ଦେଇଥିବାରୁ ବଜାର ବାସିନ୍ଦାଙ୍କ ମନରେ ଅସନ୍ତୋଷ ଜାଗ୍ରତ ହୋଇଥିଲା। ହେଲେ ବଜାର ରାସ୍ତା ପ୍ରଶସ୍ତ କାର୍ଯ୍ୟରେ ପ୍ରତିବାଦ କଲେ ବ୍ରାହ୍ମଣୀଗାଁ ବଜାରର ବିକାଶରେ ବାଧା ଉପୁଜିବା ହୃଦବୋଧ କରି ପ୍ରତିବାଦ କରିବାରୁ ଓହରି ଯାଇଥିବା ପ୍ରକାଶ ପାଇଛି। ବର୍ତ୍ତମାନ ବଜାର ଓ ଅଛଳବାସୀ ସନ୍ଦେହ ଘେରରେ ରହିଛନ୍ତି। ଯାହାକି ରାସ୍ତାର ଚୌଡା କେତ ମିଟର, ଡ୍ରେନର ଗଭୀରତା ଓ ଚଉଡା କେତେ ରହିବ, ସିମେଣ୍ଟ କଂକ୍ରିଟର ଡ୍ରେନେଜ କାମରେ ଆବଶ୍ୟକ ଅନୁଯାୟୀ ପାଣି ଦିଆନଯିବା, ଗାଡି ଘୋଡ଼ା ଗତାଗତ ବେଳେ ବଜାର ଧୂଳି ମୟ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲେ ସୁଧା ଧୂଳି ନଉଡିବା ପାଇଁ ରାସ୍ତା ଉପରେ ପାଣି ମଡାନଯିବା ଭଳି ଅନେକ ନିମ୍ନ ମାନର କାମ ନେଇଁ ଅଞ୍ଚଳର ବାସିନ୍ଦାଙ୍କ ସହିତ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉପସ୍ଥିତିରେ ଗୋଟିଏ ପ୍ରକାର କାମ ହେଉ ଥିବା ବେଳେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ମନ ମୁଖୀ କାମ ହେଉଥିବା ଜନ ସାଧାରଣ ଆଲୋଚନା କରୁଥିବା ପ୍ରକାଶ ପାଇଛି। ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ କହିବା କଥା ଗମନା ଗମନର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଵ୍ୟୟ ବରାଦ କରୁଛନ୍ତି, ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଖାମ ଖିଆଲ ମନ ଭାବରୁ ଠିକା ଦାର ଲାଭଖୋର ମନଭାବ ରଖି ନିମ୍ନ ମାନର କାମ କରୁ ଥିବା ଚର୍ଚ୍ଚା ହେଉଛି। ବଜାର ବାସୀ ଓ ଅଞ୍ଚଳବାସୀଙ୍କ କହିବା କଥା କୋଟି କୋଟି ଟଙ୍କାର କାମ ଚାଲିଛି ହେଲେ ବିଭାଗୀୟ ସହକାରୀ ଯନ୍ତ୍ରୀ କି ଉଚ୍ଚ ଅଧିକାରୀ ଆଜିଯାଏ କାମ ସାଇଡ଼କୁ ଆସି କାମର ମାନ ପରିଖି ନାହାନ୍ତି। ଏଣୁ ବ୍ରାହ୍ମଣୀଗାଁ ବଜାର ବାସିନ୍ଦାଙ୍କ ସହିତ ବ୍ରାହ୍ମଣୀଗାଁ ବଜାର ଉପରେ ନିର୍ଭର କରୁଥିବା ୮ଗୋଟି ଗ୍ରାମ ପଞ୍ଚାୟତ ବାସୀ ଉନ୍ନତ ମାନର କାମ ନେଇଁ ଜିଲା ପାଳଙ୍କ ହସ୍ତକ୍ଷେପ ରହିବା ଜରୁରୀ ରହିଛି ବୋଲି ଦାବୀ କରୁଥିବା ପ୍ରକାଶ ପାଇଛି।
