୨ ବାଇକ୍‌ ଚୋର ଗିରଫ; ୬ଟି ମୋଟର ସାଇକେଲ୍‌ ସହ ୫ ମୋବାଇଲ ଜବତ

add-all

ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ଡେରା ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ସାହୁ ପଳାସୀ ଗ୍ରାମ ରେ ଖୋଲିଥିବା ଏଲୋରା ମୋବାଇଲ ଦୋକାନ ବନ୍ଦ କରି ଗତ ୪।ତାରିଖ ରାତିରେ ଗ୍ରାମକୁ ଫେରୁଥିବା ସମୟରେ ଖାଜିପଲି ଓ ପଳାସୀ ଗ୍ରାମ ମଧ୍ୟରେ ଦୁଇ ଜଣ ଦୁର୍ବୃତ୍ତ କୃଷ୍ଣ କୁ ମାରାଣାସ୍ତ୍ର ଦେଖାଇ ମାଡ ମାରିବା ସହ ମୋବାଇଲ ଓ ଫୋନ ଲୁଟି ନେଇଥିବା ହିଞ୍ଜିଳି ଥାନାରେ ୫ ତାରିଖ ଲିଖିତ ଅଭିଯୋଗ କରିଥିଲେ ।ଏ ନେଇ ହିଞ୍ଜିଳି ଥାନାରେ କେଶ ନଂ ୩୦୫।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ଜାଗାରେ ଚଢ଼ଉକରିଥିଲା।
ପରେ ବହୁ ଛାନବିନ କରି ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଦୁଇ ଚୋରଙ୍କ ପରିଚୟ ଜି ଶୁସାନ୍ତ ପାତ୍ର ଓ ରବିନ୍ଦ୍ର ପାତ୍ର। ସେମାନେ ବୁଗୁଡା ଥାନା ପାଙ୍ଗିଡି ଗ୍ରାମ ବାସିନ୍ଦା। ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗ ରେ ବୂଗୁଡା ଥାନା ଅନ୍ତର୍ଗତ ଆଦିପୁର ଗ୍ରାମ ନୁଆସାହିର ଶିବରାମ ଵିଶ୍ବାଳ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହୋଣ୍ଡା ସାଇନ ଵାଇକ ନଂଓଡି୦୭ଏଏ୩୬୭୩,ଟିଭିଏସ ଆପାଚି ବାଇକ ଓଡି୦୭ଜାଡ ୩୫୫୧,ହିରୋହୋଣ୍ଡା ସିଡି ଓଆର୦୭ଏ୪୫୪୮,,ହିରୋଗ୍ଳାମର ଓଡି୦୧କ୍ୟୁ୦୧୮୭,ଵଜାଜପଲସର ଓଡି୦୭ବି୪୩୩୮,ହିରୋ ସ୍ପେଣ୍ଡର ଓଡି୦୭ଏମ୨୫୫୦ ୬ଟି ମଟରସାଇକେଲ ସହ ୫ ଟି ମୋବାଇଲ ଜବତ କରାଯାଇଛି। ଏହାସହିତ ୩ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.