୨୪ ଘଣ୍ଟା ଭିତରେ ଚୋରି ସାମଗ୍ରୀ ଉଦ୍ଧାର ଚୋର ଗିରଫ …

add-all

ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଳବ ଗ୍ରାମର ଜିଲୁ ବରଡ ଙ୍କ ଟ୍ରାକ୍ଟର ଗ୍ୟାରେଜ ରୁ ଗତ ୧୭ ତାରିଖରେ ଚୋରି ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ହିଞ୍ଜିଳି ଥାନାରେ ୩୩୭।୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରଖିଥିଲେ। ଚୋରିର ମାତ୍ର ୨୪ ଘଣ୍ଟା ଭିତରେ ପୋଲିସ ଉକ୍ତ ଚୋର ସହ ଚୋରି ସାମଗ୍ରୀକୁ ଠାବ କରିବାରେ ସଫଳ ହୋଇଛି। ଏହି ଦୁର୍ବୃତ୍ତ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମର ବସନ୍ତ ସାମଲ । ବସନ୍ତ ଠାରୁ ଗ୍ୟାରେଜ ରୁ ଚୋରି ହୋଇଥିବା ୩ଟି ଜ୍ୟାଗ ସହ ଅନ୍ୟ ସାମଗ୍ରୀ ଜବତ କରି ଶନିବାର ଦୁର୍ବୃତ୍ତକୁ କୋର୍ଟ ଚାଲାଣ କରାଯାଇ ଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ad-week
Leave A Reply

Your email address will not be published.