ଆଜି ବି ଶୁଭୁଛି କେନ୍ଦରାର ମଧୁର ସ୍ବନ

add-all

ଆମ ରାଜ୍ୟ ଓଡ଼ିଶା, ବାର ମାସରେ ତେର ପର୍ବ ପାଳନ ସହିତ ଆମ ସଂସ୍କୃତି, କଳା, ସାହିତ୍ୟ ସବୁ ନିଆରା । ଓଡ଼ିଶାର କଳା ଓ ସଂସ୍କୃତି ଦେଶ ବିଦେଶ ରେ ବହୁ ଆଦର ଲାଭ କରିଛି । ବହୁ କଳା ଓ ସଂସ୍କୃତି ର ଗନ୍ତାଘର ଆମ ଓଡ଼ିଶା । ଏହିଭଳି ଏକ କଳା କେନ୍ଦରା ଗୀତ ଯାହା ଗାଁ ଗଣ୍ଡାରେ ବେଶୀ ଦେଖିବାକୁ ମିଳେ।

ଦିନ ଥିଲା ଏହି କେନ୍ଦରା ଗୀତ ଗାଇ ପେଟ ପୋଷଛନ୍ତି ଭାଇ ମାନେ। ଆଜି କିନ୍ତୁ ଦେଖିବାକୁ ମିଳୁ ନାହିଁ ଏହି କେନ୍ଦରା ଗୀତ ଗାଇ ଗାଁ ଗାଁ ରେ ବୁଲୁ ଥିବା ଭାଇ ମାନଙ୍କୁ। ଖବର ସଂଗ୍ରହ କରି ଆମ ପ୍ରତିନିଧି ଭଦ୍ରକ ଜିଲ୍ଲାର ବାସୁଦେବପୁର ବଜାରରେ ଥିବା ବେଳେ ଦେଖିବାକୁ ପାଇଥିଲେ କେନ୍ଦର। ଗୀତ ଗାଇ ଦୋକାନ ଦୋକାନ ବୁଲୁ ଥିବା ଜଣେ ଭାଇଙ୍କୁ |

ସଙ୍ଗେସଙ୍ଗେ ଗଣ ମାଧ୍ୟମର ପ୍ରତିନିଧିମାନେ ତାଙ୍କ ସହ ଆଲୋଚନା କରିଥିଲେ। ଆଜି ବି କଳାକାର ଭତ୍ତା ପାଇବାରୁ ବଞ୍ଚିତ ଏଇ ଭାଇ ମାନେ । ବହୁ ଦୁଃଖ ଓ ଯନ୍ତ୍ରଣାରେ କଟୁଛି ସେମାନଙ୍କ ଜୀବନ | ସରକାର ଙ୍କ ଦୃଷ୍ଟି ଆକର୍ଷଣ ରେ ଆଣିବାକୁ ନିବେଦନ କଲେ ଭାଇ ଜଣକ । ସରକାର ଙ୍କୁ ଅନୁରୋଧ ଏମାନଙ୍କ ପ୍ରତି ଦୃଷ୍ଟି ନଜର ଦେଇ କଳାକାର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରନ୍ତୁ, ଆମ ସଂସ୍କୃତି କଳା ଉଜ୍ଜୀବିତ ରହୁ, ଗର୍ବରେ କହିବା ଆମେ ଓଡ଼ିଆ, ଆମ ସଂସ୍କୃତି, କଳା ଓ ସାହିତ୍ୟ ସବୁ ବହୁ ବଢିଆ |

ad-week
Leave A Reply

Your email address will not be published.