ବିଦ୍ୟୁତ କାଟ ପାଇଁ କର୍ମଚାରୀ ଙ୍କୁ ଘେରିଲେ ସ୍ଥାନୀୟ ଲୋକେ..!

add-all

ଭଦ୍ରକ : ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ରେ ଲୋକ ମାନେ ଏଵେ ନୟାନ୍ତ। ଦିନ କୁ ଦିନ ବଢ଼ିଚାଲିଛି ତାପମାତ୍ରା, ଅସହ୍ୟ ହେଉଛି ଗରମ l ଗାଁ ଠାରୁ ସହର ସବୁଠି ଗ୍ରୀଷ୍ମ ପ୍ରବାହ ଜାରି l ହେଲେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ଯେଉଁଭଳି ଭାବରେ ଖାମଖିଆଲି ହୋଇ ବିନା ସୂଚନା ରେ ବିଦ୍ୟୁତ କାଟ୍ କରୁଛନ୍ତି ତାହା ସହି ହେଉନାହିଁ। ବିଗତ ତିନି ମାସ ଧରି ଯେଉଁଭଳି ଭାବରେ 24ଘଣ୍ଟା ରୁ 4ରୁ 5ଘଣ୍ଟା ଦେଉଛନ୍ତି ବିଦ୍ୟୁତ୍ ତାହା କେତେ ଦୂର ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁର ରେ ଗତକାଲି ଦିନ 2ଟା ଠାରୁ ସନ୍ଧ୍ୟା 6.30ମିନିଟ ପର୍ଯ୍ୟନ୍ତ ଗ୍ରାମ ବାସି ମାନେ ବିଦ୍ୟୁତ ଘର ଆଗରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଧାରଣା ଦେଇଛନ୍ତି ତାହା ଦେଖିଲେ ଲାଗୁଚି ବିଦ୍ୟୁତ୍ କମ୍ପାନୀ ଉପଭୋକ୍ତା ସହ ଲୁଚକାଳି ଖେଳ ଖେଳୁଛି l ଦିନରେ ଅନେକ ସମୟରେ ବିଦ୍ୟୁତ କାଟ ସହିତ ଯେତିକି ସମୟ ରହୁଛି ତାହା ପୁଣି ଲୋଅ ଭୋ୍ଲଟେଜ ହେଉଥିବା ବେଳେ ରାତିରେ ଯେମିତି ଭାବରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଛି ଲାଗୁଚି ଯେମିତି ବିଦ୍ୟୁତ କମ୍ପାନୀ ତାଙ୍କ କଷ୍ଟମର ସେଣ୍ଟର କୁ କଲ କଲାବେଳକୁ ବାହାନା ଦେଉଛନ୍ତି କି 33kv ରୁ ଯାଇଛି କଉଠି ନା କଉଠି ଟାଟା କମ୍ପାନୀ ସହିତ ଇନୋଭେଟର କମ୍ପାନୀ ଙ୍କ ଭିତରେ ଗୋଟେ ବଡ଼ ଡିଲ ହୋଇଛି l ସାଧାରଣ ଲୋକଟିଏ ବାଧ୍ୟ ହୋଇ ରାତିରେ ଫାଙ୍କା ସ୍ଥାନ ରେ ଶୋଇବା ସହିତ ଦିନରେ ଅଂଶୁଘାତ ର ସମ୍ବାବନା ମଧ୍ୟ ରହୁଛି l ଯାହାକୁ ନେଇ ଉତ୍ୟକ୍ତ ଲୋକ ବିଦେଇପୁର ଠାରେ ଥିବା ବିଦୁତ କାର୍ଯ୍ୟାଳୟ ରେ ତାଲା ପକାଇ ଥିବାର ଦେଖିବାକୁ ମିଳିଛି। ଉପଭୋକ୍ତା ମାନଙ୍କ ଅଭିଯୋଗ ଯେବେଠାରୁ ଖରାଦିନ ଆରମ୍ଭ ଓ ବାରମ୍ବାର ବିଦୂତ କାଟ ସମସ୍ୟା ହେଉଛି l ଏନେଇ ଯେତେବେଳେ SDO ଓ JE ଙ୍କୁ ଫୋନ କଲେ ତାର ସଠିକ କାରଣ ନ ଦେଇ ଖସି ଯିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ବିଦୂତ ଉପଭୋକ୍ତା l ବାରମ୍ବାର ଅଭିଯୋଗ କରିବା ପରେ ଗତକାଲି ଯେତେବେଳେ ବିଦ୍ୟୁତ କାଟ ହେଇଥିଲା ସ୍ଥାନୀୟ ଲୋକ ବିଦେଇପୁର ଠାରେ ଯେଉଁ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ରେ ବସିଥିବା ର ଦେଖିବାକୁ ମିଳିଛି l

ad-week
Leave A Reply

Your email address will not be published.