
ଭଦ୍ରକ : ଓଡିଶାରେ ଥିବା ବିଭିନ୍ନ ଜିଲ୍ଲାରେ ଦେବତ୍ତୋର ସମ୍ପତିର ପ୍ରକୁତ ରକ୍ଷଣାବେକ୍ଷଣ ଏବଂ ଭୂମିର ପରିମାଣ କୁ ଠିକ ସେ ଜାଚଂ କରାଯାଉ ! ଦେବୋତ୍ତର କମିଶନର ଏବଂ ଜିଲ୍ଲାପାଳକୁ ଆମ୍ଭର ଅନୁରୋଧ , ମଠ, ମନ୍ଦିର ର ଭୂମି ଓ ସମ୍ଫତ୍ତି କୁ ଠାକୁର ଙ୍କ ନୀତିକାନ୍ତି ଆଳରେ ହଡ଼ପ କରିବାକୁ ହେଉଛି ମସୁଧା, ନଜିର ଅଛି କେତେକ ସ୍ତାନରେ ଠାକୁରକଂ ସମ୍ପତିକୁ ଯୋର ଜବରଦସ୍ତ ଦଖଲ କରି ରଖିବା ନିଜ ନାମରେ କରିବା ଏବଂ ଅନ୍ଯକୁ ବିକିବା ଭଳି ଅନେକ କ୍ଷେତ୍ରରେ ହୋଇଛି ! ନିଜ ନିଜ ର ପୈତୃକ ସଂପତ୍ତି ଭଳି କରୁଛନ୍ତି ବଣ୍ଟନ, ଭଦ୍ରକ ଜିଲ୍ଲା ସଦର ମହକୁମା ଠୁଁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତ ଓ ମୌଜା ରେ ଥିବା ସମସ୍ତ ଭୁ ସମ୍ପତ୍ତି ର ସମ୍ପୂର୍ଣ୍ଣ ଓ ସଠିକ ବିବରଣୀ ସର୍ଵ ସାଧାରଣ ଙ୍କ ଗୋଚରାର୍ଥେ ପ୍ରକାଶ କରିବା ସହ, ସମ୍ପତ୍ତି ର ବ୍ୟବହାର ଉପରେ ଲଗାଯାଊ ତୁରନ୍ତ କଟକଣା , ଭଦ୍ରକ ଜିଲ୍ଲାରେ ଥିବା ବହୁ ପୁରାତନ ସଦାବ୍ରତ୍ତ ମଠର ଆୟ ବ୍ଯୟ ଅଟକଳ ଏବଂ ସ୍ତାବର ଅସ୍ତାବର ସମ୍ପତିର ପରିମାଣ କେବେ ସ୍ତାନୀୟ ଗ୍ରାମବାସୀକଂ ଗୋଚରକୁ ଅଣାନଯାଇ ଲୁକାୟୀତ ଭାବେ ଅନେକ ନିଷ୍ପତି ମାନ ନବା ପଛରେ କିଛି ହିନ ମାନସିକତା ଅଛିବୋଲି ଗ୍ରାମବାସୀକଂ ଅଭିଯୋଗ ! ଭୁସମ୍ଫତ୍ତି ତଥା ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଙ୍କ ସୁରକ୍ଷା ପାଇଁ ତୁରନ୍ତ, ସ୍ଥାୟୀ ଟ୍ରଷ୍ଟ ବୋର୍ଡ଼ ଗଠନ କରି ଗ୍ରାମବାସୀକଂ ଗୋଚରରେ ସମସ୍ତ ନିଷ୍ପତି ନିଆଯାଉ ,ବିଧି ବଧ ତଦନ୍ତ ହେଲେ ଅତୀତର ବହୁ ଜାଲିଆତି ଓ ସମସ୍ତ ଘୋଟାଲାର ପର୍ଦାଫାସ ହବା ସହ କୁଚକ୍ରିକଂ କାର୍ଯ୍ଯ ଲୋକଲୋଚନ କୁ ଆସି ପାରନ୍ତା , ସମ୍ମାନୀୟ କମିଶନର ମହାଶୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଭବିଷ୍ୟତ ରେ ଭଦ୍ରକ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ତହସିଲଦାର, ଏବଂ ପୌର ପାଳିକା ନିର୍ବାହୀ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ରହିବେ !