ପ୍ରଣବ ପ୍ରକାଶଙ୍କ ଜିଲ୍ଲାର ନିର୍ବାଚିତ ସମସ୍ତ ଜନ ପ୍ରତିନିଧିଙ୍କ ସହ ଆଲୋଚନା

add-all

ମାଲକାନଗିରି : ଓଡିଶା ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ ) ଆଜି ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହିତ ଭିଡିଓ କଲ ମାଧ୍ୟମରେ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଏଥିରେ ମାଲକାନଗିରି ବ୍ଲକ ର ୧୯ ଟି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଉପରେ ନିଜ ଅଞ୍ଚଳ ର ଦାବି ପ୍ରକାଶ କଲେ ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ମାନେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଯୋଜନା ଓ ସଂଯୋଜନ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଢୋଲକିଆ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ପ୍ରଣବ ପ୍ରକାଶ ଦାସଙ୍କ ସ୍ୱତନ୍ତ୍ର ପ୍ରତିନିଧି ପ୍ରକାଶ ମହାନ୍ତି , ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ,ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଉପଦେଷ୍ଟା ପ୍ରଦୀପ କୁମାର ମାଝୀ ,କୋରାପୁଟ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ,ଚିତ୍ରକୋଣ୍ଡା ବିଧାୟକ ପୁର୍ନ ଚନ୍ଦ୍ର ବାକା ,ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ,ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ପ୍ରମୁଖ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ ସ୍ୱତନ୍ତ୍ର ଭାବେ ପରିଚାଳନା କରିଛନ୍ତି ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ ପଣ୍ଡା ।କାର୍ଯ୍ୟକ୍ରମ ରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ ଙ୍କ ସହ ମାଲକାନଗିରି ବ୍ଲକ ର ୧୯ ଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ,ସମିତି ସଭ୍ୟ ଓ ୨ଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ,ଓ କୁନି ଭୂମିଆ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.