ଦୁର୍ନୀତି ବିରୁଦ୍ଧରେ କଂଗ୍ରେସର ରଙ୍ଗେଇଲୁଣ୍ଡା ବ୍ଲକ ଘେରାଉ

add-all

ବ୍ରହ୍ମପୁର : ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକକୁ କଂଗ୍ରେସ କର୍ମୀ ମାନେ ଦୀର୍ଘ ସମୟ ଧରି ଘେରାଉ କରିଥିଲେ। ପଞ୍ଚାୟତ ନିର୍ବାଚନ ସରିବାର ପନ୍ଦର ମାସ ବିତିଗଲାଣି ,କିନ୍ତୁ ଗୋଟିଏ ଥର ବି ପଂଚାୟତ ସମିତି ବୈଠକ ବସି ନାହିଁ। ପ୍ରତି ଚାରି ମାସକୁ ପଂଚାୟତ ସମିତି ବୈଠକ ଡାକିବା ଆଇନରେ ବାଧ୍ୟତାମୂଳକ ଥିଲେ ମଧ୍ୟ ସରକାରୀ ଅଧିକାରୀ ମାନେ ଏକ ନିଧିଷ୍ଠ ବ୍ୟକ୍ତି ଦ୍ୱାରା ପରିଚାଳିତ ହୋଇ ବୈଠକ ଡାକୁନାହାନ୍ତି । ବ୍ଲକରେ ବିକାଶ ସ୍ଥାଣୁ ହୋଇଯାଇଛି , ଦୁର୍ନୀତି ଚରମ ସୀମାରେ ପହଁଚିଛି । ସମଗ୍ର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଅରାଜକତାବାଦୀ ମାନେ ଏକ ସମାନ୍ତରାଳ କ୍ଷମତା ଉପଭୋଗ କରୁଛନ୍ତି । ନିର୍ବାଚିତ ପ୍ରତିନିଧି ମାନଙ୍କୁ କଣଠେସା କରି ସମ୍ବିଧାନ ର ମର୍ଯ୍ୟାଦାହାନୀ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପୀତବାସ ପଣ୍ଡା, ବ୍ଲକ କଂଗ୍ରେସ ସଭାପତି ଡବ୍ଲୁ ବଳକ୍ରୀଷ୍ଣା, ମହିଳା କଂଗ୍ରେସ ସଭାପତି ବନଜା ପଣ୍ଡା,ପଦ୍ମ ଚରଣ ସାହୁ, ମହେଶ୍ୱର ପାତ୍ର, ଭୀମରାଜୁ ରେଡି,ଗୋକୁଳ କର,ଧୀର ପାତ୍ର,ଶିବ ସାମନ୍ତରାୟ, ତ୍ରିପତି ପ୍ରଧାନ, ଭାଗିରଥି ରେଡ଼ି, ଉମାକାନ୍ତ ସାସମଲ,ପ୍ରବୀର ରଞ୍ଜନ, ବାସୁଦେବ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.