ଦୀର୍ଘବର୍ଷ ଧରି ଫେରାର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ

add-all

ଦାରିଙ୍ଗବାଡ଼ି, ୨୬/୦୫ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପୋଲିସ ଦୀର୍ଘ ବର୍ଷ ଧରି ଫେରାର ରହିଥିବା ବ୍ରାହ୍ମଣୀଗାଁ ସ୍ଥିତ ବଟ ପଲି ସାହିର ସୁବ୍ରତ ସିଂକୁ ଗିରପ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନ ଦେଇଛନ୍ତି। ସୂଚନା ମୁତାବକ ଗତ ୨୦୧୪ ସାଲରେ ସୁବ୍ରତ ସିଂ ବଟ ପଲି ସାହିରେ ରହୁଥିବା ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବଳିକାର ପରିବାର ପକ୍ଷରୁ ଥାନାରେ ଏତଲା କରିଥିଲେ। ସେହି ଦିନ ଠାରୁ ସୁବ୍ରତ ଫେରାର ରହିଥିଲା। ହେଲେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ମୋବାଇଲ ଟ୍ରାକକିଙ୍ଗ କରି ଗିରଫ କରିବା ପାଇଁ ପୋଲିସ ଟିମ ହାଇଦ୍ରାବାଦବି ପହଞ୍ଚି ଥିଲା। ବ୍ରାହ୍ମଣୀଗାଁ ପୋଲିସ ଦୀର୍ଘ ବର୍ଷ ଧରିଫେରାର ଥିବା ଆସାମୀକୁ ଆଜି ଗିରଫ କରିବାରେ ସଫଳ ହୋଇ (NBW IN GR NO.13/ 2014) ଏନବିଡବ୍ଲୁ ଜି ଆର ୧୩/୨୦୧୪ ରେ କୋର୍ଟ ଫରୱାର୍ଡ କିରିଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.